Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Classics Inspirational

4  

Amit Bal

Romance Classics Inspirational

ମନେପଡେ ହୃଦୟର ଗୀତ

ମନେପଡେ ହୃଦୟର ଗୀତ

1 min
318


ହୃଦୟର ଗୀତ ଆଜି କାହିଁ ଲାଗେ

ଅଜଣା ଅଶୁଣା ଏତେ

ଭଲ ତମେ ସାଥି ପାଉ ଥିଲ ଯଦି

କେମିତି ଭୁଲିଲ ମୋତେ ।


କୋଉ ସହରରେ ରହୁ ଅଛ ତମେ

ଠିକଣା ମୁଁ ଜାଣେ ନାହିଁ

ହେଲେ ତମେ ପରା ସବୁ ଜାଣି ଶୁଣି

ରହିଛ ଅଜଣା ହୋଇ ।


ପ୍ରୀତିର ମୂରୁଜ ବୁଣି ଦେଇ ସାଥି

ହଜିଲ ଗୋଧୂଳି ଧାରେ

ଅନନ୍ତ ଆକାଶେ ବିଭାବରୀ ସାଜି

ନୀତି ମୁଁ ତମକୁ ଝୁରେ ।


ଜହ୍ନ ରାତି ଏବେ ଧ୍ୱସ୍ତ ବିଧ୍ବସ୍ତ ମୋ

ଫଗୁଣ ଯାଇଛି ଫେରି

ଅମା ଅନ୍ଧକାରେ ନିଶି ସବୁ ବିତେ

ତମ ସେ ସ୍ମୃତିକୁ ଧରି ।


ମୈ।ନାବତୀ ତମେ ମଉନ କାହିଁକି

ତମ କି ହୃଦୟ ନାହିଁ

ଅଭିମାନ କଲେ କୁହୁଡିର ବନେ

ସୂରୁଜ କି ଉଏଁ କାହିଁ ।


ବିଗତ ରାତିର ଧୂଆଁରେ ପହଁରି

ଖୁସି ପାଇଛି କି କେହି

ଭୁଲି ଯାଅ ତମେ ପୁରୁଣା କଥାକୁ

ହସି ଥରେ ଦିଅ ଚାହିଁ ।


ହୃଦୟର ଗୀତ ଆଜି କାହିଁ ଲାଗେ

ଅଜଣା ଅଶୁଣା ଏତେ

ଭଲ ତମେ ସାଥି ପାଉ ଥିଲ ଯଦି

କେମିତି ଭୁଲିଲା ମୋତେ ।


Rate this content
Log in

Similar oriya poem from Romance