STORYMIRROR

Soumyajit Panda

Romance

4  

Soumyajit Panda

Romance

କଳାହାନ୍ତରିତା

କଳାହାନ୍ତରିତା

1 min
28.3K


କଳାହାନ୍ତରିତା
ପ୍ରତିଥର ଲଗାମ ଦେବାପରେ
କାହିଁକି କେଜାଣି ଅବୋଲ ହୁଏ ମନ।
ଧାଇଁବାକୁ ବ୍ୟାକୁଳ ହୁଏ
କଦମ୍ବ ବା କୃଷ୍ଣଚୂଡ଼ା ମୂଳେ।
ବାଜେନା କେଦାର କାମୋଦି
ନୃତ୍ୟାଙ୍ଗନା ନାଚୁଥାଏ ବିନା ଘୁଙ୍ଗୁରରେ।
ତଥାପି ନୂପୁର ଶୁଭେ,
ତନ୍ଦ୍ରାଭିଭୂତ ନୟନ ଫିଟେନା
ହେଲେ,
ତା'ର ଧ୍ଵନି ବହେ ମୋର ଶିରା ପ୍ରଶିରାରେ।
ବର୍ଷା ଯାଏ ପୁଣି ବର୍ଷା ଆସେ,
କେଳି କଦମ୍ବ ପୁଣି ଫୁଟି ବାସେ।
ହେଲେ ନଥାଏ ତୁମର ଦେଖା
ରଜତ ମାୟାବି ରାତ୍ରିର ଶେଷ ପ୍ରହରରେ
ଦୀପଶିଖା ଝାପ୍ସା ଆଲୁଆରେ
ତୁମ ପାଦ ଛବି ଖୋଜେ।
କାଳେ ତୁମେ ଲୁଚି ବସିଥିବ
କଦମ୍ବର କୋରଟ ଉହାଡେ।
ପୂର୍ବ ପରି ସ୍ନାନର ସ୍ନିଗ୍ଧ ବେଳାରେ
ଚୋରାଇବ ବସ୍ତ୍ର ଆଭୂଷଣ,
ରଖିବ କଠୋର ସର୍ତ,
ସମର୍ପି ଦେବାକୁ ତୁମ ଠାରେ 
କାୟା ମନ ବାକ୍ୟ ଏକାକାରେ।
ପୁଣି ନିନ୍ଦା ଖାଲି ଅପବାଦ
ଦାଣ୍ଡେ ପଡି ହାଟରେ ଗଡ଼ିବ।
ହେଲେ ତୁମେ ସେହିପରି 
ନିରିହ ମୁହଁକୁ ନେଇ ଦୋଷ ମୁକ୍ତ ହେବ।
ମୁଁ ସେଠି ଜଳୁଥିବି ଘୋର ବେଦନାରେ।
ମୋର ଆତ୍ମା ତ ବନ୍ଧା ପଡିଛି ତୁମ ଠାରେ
ନହେଲେ ତୁମେ ଦେଖିଥାନ୍ତ
ରାଧାବି ଆତ୍ମହତ୍ୟା କରିପାରେ।
                  @@@      
                                           

ସୌମ୍ୟଜିତ୍ ପଣ୍ଡା
ମୋ-୯୪୩୭୬୧୦୫୯୯

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance