STORYMIRROR

Soumyajit Panda

Others

3  

Soumyajit Panda

Others

ବୋଉ ମୁଁ ଆସୁଛି...

ବୋଉ ମୁଁ ଆସୁଛି...

1 min
14.3K


ବୋଉକୁ କହିଥିଲି ସ୍ଵପ୍ନ ଦେଖିବୁନି

ହେଲେ ସେ କି ମାନେ,

ବୋଉକୁ କହିଥିଲି ଆଶା ବାନ୍ଧିବୁନି

ହେଲେ ସେ କି ବୁଝେ,

ବୋଉ ସ୍ଵପ୍ନ ବୁଣେ ଖୁବ୍ ନୀରବରେ

ବୁଢିଆଣୀ ପରି

ମାଟିର କୁମ୍ପି ଭିତରେ।

ବୋଉ ଆଶା ବାନ୍ଧେ

ଚଢେଇଟେ ପରି

ଆମ ଗାଁ ଠାକୁରାଣୀ ବରଗଛ ତଳେ।

ବୋଉର ସ୍ଵପ୍ନ ଆଉ ଆଶା ମାନେ

ଭାରି ନିରୀହ,

ଠିକ୍ ଅଝଟ ପିଲା ବେଳ ପରି।

ନିଜର ଆଶା ମାନଙ୍କୁ

ବୋଉ ସଂଚି ପାରେ ଟଙ୍କେ ଚାରଣାରେ,

ଘିଅ ବୋଳା ସିନ୍ଦୁରରେ,

ଭଙ୍ଗା ନଡ଼ିଆ

ଆଉ କିଛି ବ୍ରତର ସୂତାରେ

ଅତି ସଂତର୍ପଣରେ।

ବୋଉର ସ୍ବପ୍ନମାନେ ଭାରି ଦମ୍ଭିଲା

ହେଲେ କାହିଁକି କେଜାଣି କାଲି

ଭାଙ୍ଗିଗଲେ...

ଖୁବ୍ ନୀରବରେ,

ଟିକିଏ ବି ଶବ୍ଦ ହେଲାନି,

କାହିଁକି କେଜାଣି

ବୋଉ କାଲିଠୁ କିଛି ବି କହୁନି।

ମୁଁ ତାକୁ କହିବା ପରେ

ବୋଉ...

ମୁଁ ଆସୁଛି...


Rate this content
Log in