STORYMIRROR

Soumyajit Panda

Others

3  

Soumyajit Panda

Others

ବୃଦ୍ଧାଶ୍ରମ

ବୃଦ୍ଧାଶ୍ରମ

1 min
29.1K


ବୃଦ୍ଧାଶ୍ରମ

ଚାରି ଛକରେ ଠିଆହୋଇ

ଚାରି ଦିଗେ ଅକ୍ଷତ ପକାଇ

ଚାରି ଧାମେ ପିଣ୍ଡ ଦେଇ

ଖୋଜ୍ ତୋର ପୁତ୍ରତ୍ୱକୁ

ଭୂଇଁରେ ପିତୁଳା କାଟି,

ଭରିଦେ ତା'ର ପାଟି

ଗୁଆ ଘିଅ ଅନ୍ନ ଖେଚୁଡିରେ।

ଅଗ୍ନି ହାଣ୍ଡି ପିଟି ଦେଇ

ଖୋଜିନେ ଶେଷଥର

ତୋ ଦେହର ବିନ୍ଧାଣିକୁ

ଗଙ୍ଗା ଅବା ଗୋଦାବରୀ ନୀରେ।

ଯେତେ ପାରୁଛୁ ଯତ୍ନ କରିନେ

ଜୀବନ ସାରା ଜଳିଜଳି ଭସ୍ମ

ହେବା ପରେ ବଳି ପଡିଥିବା

ଶେଷ ଅସ୍ତି କେଇ ଖଣ୍ଡ ପାଇଁ।

ଭଲ କରି ଖୋଜିନେ ତୋର

ମା'ର ଶେଷ ଅସ୍ତିତ୍ୱ ଖଣ୍ଡକ।

ଯାହାକୁ ତୁ ଦିନେ ଫିଙ୍ଗିଦେଇଥିଲୁ

ବୃଦ୍ଧାଶ୍ରମ ସିମେଣ୍ଟ ଚଟାଣ ଉପରେ।

ଏବେ ତାକୁ ଖୋଜୁଛୁ କାହିଁକି ?

ତୋର ମୂଲ୍ୟହୀନ ଛଳନା ଲୁହର ଭିତରେ

ଦେହ ତ ଜାଳି ସାରିଛୁ

ଯା ଦେଖିବୁ ତୋ ମା'

ଆତ୍ମା କେମିତି ଝୁଲୁଛି

ସେ ଆଶ୍ରମର ତେଲିଆ

କାନ୍ଥରେ କ୍ରୁଶବିଦ୍ଧ ହୋଇ

ଦେଖିବାକୁ ତୋର ମୁହଁ ଶେଷଥର ପାଇଁ।

            °°°°

 

                                                                                                                                      - ସୌମ୍ୟଜିତ୍ ପଣ୍ଡା                                           କରଜଙ୍ଗା, ଯାଜପୁର, ଓଡ଼ିଶା

               - ୯୪୩୭୬୧୦୫୯୯


Rate this content
Log in