STORYMIRROR

Soumyajit Panda

Romance

3  

Soumyajit Panda

Romance

ଭୂତ

ଭୂତ

1 min
13.5K


ଭୂତ


ମୁଁ ଜାଣେନା
ତୁମେ କାହିଁ ଫେରିଯାଅ
ସେହି ଓଦା ମାଟି କାନ୍ଥ ଗଳିରେ,
ତୁମ ପାଇଁ ମୁଁ କ୍ଷତାକ୍ତ ହୁଏ
ନୀରବରେ ସବୁ ସହିଯାଏ ।
କ୍ୟାଲେଣ୍ଡରରେ ଛକି ପଡେ ସବୁଦିନ

କାଉ ବି ଆସେ
ହେଲେ ଆସେନାହିଁ ତୁମ ଖବର 
କି ଫେରିବା ସଂକେତ ।
ମୁଁ ନିଜକୁ ବନ୍ଦ କରେ
ଷ୍ଟୋର ରୁମ୍ ଭିତରେ ଏକା,
କାଳେ ତୁମେ ଏକା ମୋତେ
କରିବାକୁ ଚାହୁଁଥିବ ଦେଖା !
ସେଠି କାନ୍ଥର ଲାଇଟ୍ ଯେବେ
ଅସ୍ଥିର ହୋଇଉଠେ
ଦରଭଙ୍ଗା ଦର୍ପଣରେ
ତୁମ ଛବି ସ୍ପଷ୍ଟ ହୋଇଉଠେ,
ଗ୍ରସ୍ତଚନ୍ଦ୍ର ପରି ଗ୍ରାସ କରେ
ତୁମ ରୂପ ମାୟା,
ମୋ ଭୃଲତାର ଫାଙ୍କ ଦେଇ
ସ୍ୱପ୍ନସବୁ ଖସିଯାଏ
ଦୂର ଦିଗ୍ବଳୟ ଆଡେ.
ଘରସାରା ହୁରି ପଡେ
ତାନ୍ତ୍ରିକର ମନ୍ତ୍ରଧ୍ୱନି ବ୍ୟତିବ୍ୟସ୍ତ କରେ,
କେତେ ନାଟ, କେତେ ପ୍ରହସନ
ମୋ ଭିତରୁ ଦୂରେଇଦେବାକୁ ତୁମକୁ !
ଖାଲି ମିଛ କଥା,
ସେ କାହୁଁ ଯାଣିବେ
ତୁମକୁ ମୁଁ ଖୋଜୁଥିଲି
ମନେମନେ କେଉଁ ଅନନ୍ତ କାଳରୁ !
ଛାଟ ପାହାରେ ପିଠି ଫାଟିପଡେ
ଜୀବନ ବିକଳେ କଳସୀ କାମୁଡି
ଧାଇଁଯାଏ ଗାଁ ମୁଣ୍ଡ ବରଗଛ ଆଡେ,
ପୁଣି ଚେତାଶୂନ୍ୟ ହୁଏ,
ହେଲେ ତୁମ ସ୍ମୃତି ମୋ ଭିତରେ ଉଜ୍ଜୀବିତ ଥାଏ ।
କଣ୍ଟାଟିଏ ପିଟିଦେଇ

ଯୁଦ୍ଧରେ ବିରତି ଘୋଷଣା,
ମୋ ପିଠିରୁ ରକ୍ତଧାର
ତୁମ ପ୍ରୀତିର ଘୋଷଣା,
ବାସ୍ ସେତିକିରେ ଯବନିକା ପଡେ,
ଅନେକ ଖୋଜିବା ପରେ
ତୁମେ ପ୍ରବାହିତ ମୋର ଶିରା ପ୍ରଶିରାରେ ।


°°°°°

ସୌମ୍ୟଜିତ ପଣ୍ଡା

କରଜଙ୍ଗା,

ଯାଜପୁର

ମୋ-9437610599


Rate this content
Log in

Similar oriya poem from Romance