STORYMIRROR

Mrugesh Baishnab Panigrahi

Romance

3  

Mrugesh Baishnab Panigrahi

Romance

ପ୍ରେମ ନଥିବାର ଏକ ପ୍ରେମ କବିତା

ପ୍ରେମ ନଥିବାର ଏକ ପ୍ରେମ କବିତା

1 min
440

ରାତି ଅଧିଆ

କେବେ ଦେଖି ନଥିବ

ତୁମ ଆଖିରେ, ମୋର ସ୍ବପ୍ନ

ଫେରି ଆସିନି କେବେ

ମୋର ଶବ୍ଦ ସବୁ

ପ୍ରତିଧ୍ବନି ହୋଇ ତୁମ ହୃଦୟରୁ ।


ମୁଁ କେବେ ବି ଆଙ୍କି ନଥିଲି

ତୁମ ମୁହଁର ଚିତ୍ର

ମୋ ହୃଦୟରେ,

କେବେ ଖୋଜି ନଥିବ ଭିଡ ଭିତରେ

ମୋର ନଥିବା ଆତ୍ମୀୟ ପଣ ।


ସବୁ ସେମିତି ହିଁ ଚାଲିଥିବ

ତୁମେ ତୁମ ବାଟରେ

ମୁଁ ମୋ ବାଟରେ,

ତୁମେ ତୁମ ନିଜସ୍ୱ

ସ୍ବପ୍ନର ଇଲାକାରେ

ମୁଁ ମୋର କଳ୍ପିତ ପୃଥିବୀରେ ।


କିଛି ବି ନଥିବ

ତୁମ ମୋ ଭିତରେ,

ଆତ୍ମୀୟତାର ଭାବ ଡୋର

ଅସହାୟତାର ରକ୍ତିମ ଇତିହାସ

ବେଳାଭୂମିରେ ଆମର ପାଦଚିହ୍ନ

ଶାମୁକାର ଦେହରେ

ପ୍ରେମ କବିତା

ଘାସ ଫୁଲରେ ନଥିବ

ବିରହର ବେଦନା

ରାତିରେ ନଥିବ

ଗଙ୍ଗଶିଉଳୀର ଝଡିବାର ଯନ୍ତ୍ରଣା । ...........



Rate this content
Log in

Similar oriya poem from Romance