STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ସଖୀ ଗୋ' କି' କହିବି ଶ୍ୟାମ କଥା

ସଖୀ ଗୋ' କି' କହିବି ଶ୍ୟାମ କଥା

2 mins
403



ଶ୍ୟାମ ବିନା ଶ୍ୟାମ ଗୁଣର ବର୍ଣ୍ଣନା

ରାଧା ହୃଦ ତଳ କଥା

ହୃଦୟର ଭାଷା ଶୁଣ ସଖୀ ବୃନ୍ଦ

ଦୂର ହେଉ ହୃଦ ବ୍ୟଥା

ସଜଳ ନୟନ ଶ୍ୟାମ ପ୍ରତୀକ୍ଷାରେ

ରହିଛି ସଦା ସଜାଗ

ହୃଦେ ଉଜ୍ଜୀବିତ କୁଞ୍ଜବନ ରାସ 

ମନ ପ୍ରାଣରେ ଆବେଗ

ରାଧା ରାଧା ଡାକ ଶୁଭୁନି ତଥାପି

ବସୁଛି ଯମୁନା କୂଳେ

ପାଖେ କାହ୍ନା ଥିବା ଅନୁଭବ ପ୍ରାୟ

ପ୍ରତ୍ୟୟ କଦମ୍ବ ମୂଳେ

କଦମ୍ବ ବନର ନୀରବତା ଭାଙ୍ଗି

ଶୁଭୁନି ବଇଁଶୀ ସ୍ୱର

ମଥାରେ ମୟୂର ଚୂଳ ବନ୍ଧା ବାଲା 

ଛାଡ଼ି ଗଲା ଗୋପ ପୁର 

ମଳୟ ପବନେ କଦମ୍ବ ସୁବାସ

ବାସ ଚହଟି ଉଠୁଛି

ଗୁଣୁଗୁଣୁ ହୋଇ ଭ୍ରମର ବି ବୋଧେ

କିଛି ପ୍ରଶ୍ନ ପଚାରୁଛି

କାହ୍ନା ଯେବେ ଥିଲା ବାହୁ ବନ୍ଧନୀରେ

ମୁରଲୀ ଫୁଙ୍କିବା ନିଶା

ତନ ମନ ସବୁ ମିଶି ଯାଉଥିଲା

ହେଲି କେତେ ଲୋକହସା 

କୋଇଲି ର ସେହି ସୁମଧୁର ଗାନ 

ବେସୁରା ହୁଏ ପ୍ରତ୍ୟୟ

ଶ୍ୟାମ ବିନା ରାଧା ଦରଶନେ ବୋଧେ

ଭୁଲିଯାଏ ତାଳ ଲୟ 

ବସନ୍ତ ଋତୁ ତ ଆସୁଛି ଧରା କୁ

ରାଧା କୁ ନିଦାଘ କିଆଁ

ଯମୁନାର ଜଳ ଉଜାଣି ଉଠୁଛି

ବୋଧେ ଖୋଜୁଛି କହ୍ନେୟା

ତଥାପି କାହିଁକି କଦମ୍ବ ମୂଳରେ

ରହି ଯାଇଅଛି ମନ

ଦିନେ ନ ଆସିଲେ ଭଲ ଲାଗୁ ନାହିଁ

କଦମ୍ବ ମୂଳେ ମୋ ପ୍ରାଣ


କୂଳବଧୁ,ଘର ଶାଶୁ ଓ ନଣନ୍ଦ

ନ ଥିଲା ମନେ ବିଚାର

କାହ୍ନା ବଂଶୀ ସ୍ଵର ଆକର୍ଷଣ ଧାରେ

କୁଞ୍ଜ ବନେ ଆଗଭର

ଶ୍ୟାମ ବିନା କୁଞ୍ଜବନ ଶୂନ୍ୟତା ରେ

ବିଚଳିତ ହୁଏ ପ୍ରାଣ 

ଏ ଘନ କାଳରେ ନିତି ଚିନ୍ତେ ଶ୍ୟାମ

ତନ ମନ ଅବସନ୍ନ

ଝୁରୁଛି ଏ ରାଧା ଏକାକୀ କୁଞ୍ଜରେ

ଚିନ୍ତା ଚେତନାରେ ଶ୍ୟାମ

ଶ୍ୟାମ ଦୂର୍ବାଦଳ ମୋହନ ନାଗର

ଠାଣି ବାଣୀ ଅନୁପମ

ନୟନରେ ଅଶ୍ରୁ ହୃଦୟରେ କୋହ 

ଓଠ ଧାରେ ନାହିଁ ହସ

ଶ୍ୟାମ ବିନା ଏହି ଯାମିନୀ କାହିଁକି 

ପ୍ରାୟ ଶୁନ୍ୟ ନିରଳସ !

ଝୁରୁଛି ଏ ରାଧା କାହ୍ନା କଥା ଭାଳି 

କହୁଛି ଅନ୍ତର କଥା

ଶ୍ୟାମ ରୂପ ,ରଙ୍ଗ, ତ୍ରିଭଙ୍ଗୀ ଚାହାଣୀ 

ଦର୍ଶନ ନିମନ୍ତେ ଚିନ୍ତା

ଆକାଶକୁ ଚାହିଁ ଭାବୁଛି ଏ ରାଧା

ଆକାଶର ରଙ୍ଗ ନୀଳ 

ନୀଳ ତମାଳ ଓ ଯମୁନାର ଜଳ

କୃଷ୍ଣ ସ୍ଵୟଂ ରଙ୍ଗ ନୀଳ 

ମନ ଜଳେ ବିରହର ଦାବାନଳେ 

ଏକାକୀ ଘନ କାଳରେ

ସମ୍ଭାବନା ଭାବ ହୃଦେ ଉଜ୍ଜୀବିତ

ଚାହିଁଛି ବି ଉଜାଗରେ

କାମିନୀ ବେଶରେ ସଜ ଫୁଲ ସବୁ

ମଉଳି ଗଲାଣି ପ୍ରାୟ

ବିତୁଛି ଏ ରାତି ପାଶେ ନାହିଁ ସାଥୀ

ମନରେ ଉଠୁଛି କୋହ 

ଦୂର ଦେଶୀ ବନ୍ଧୁ ଅଛି କାହିଁ ଦୂରେ

ଡାକୁ ଥିଲା ବଂଶୀ ସ୍ୱରେ 

ଉଚ୍ଛନ୍ନ ମନରେ ଶୀତଳତା ଭାବ

ମୃଗ ତୃଷ୍ଣା ଭାବନାରେ

ଫଟା ବେଲୁନ ର ପବନ ସମାନ 

ଅବା ଲିଭି ଯିବା ଶିଖା 

ଶୁନ୍ୟରେ ଅଦୃଶ୍ୟ ହୁଅଇ ଯେପରି

ପ୍ରେମ ଭାବେ ଶ୍ୟାମ ସଖା

କାହ୍ନା ହିଁ ପରମ ରାଧା ଜୀବ ସମ 

ନିଃସର୍ତ୍ତ ରେ ସମର୍ପଣ

ସାଂସାରିକ ବାଧା ବିଘ୍ନ ଥିବା ସତ୍ତ୍ବେ

ରାଧା ଚାହେଁ ଆଲିଙ୍ଗନ

ହୃଦରେ କମ୍ପନ ଆଖିରେ ସପନ

ଓଠେ ନାହିଁ ମିଠା ଧାର 

ଅପଲକ ନୟନରେ ଚାହିଁ ଅଛି

କେବେ ଆସିବେ ନାଗର 

ବେଦନା ର ଜଉ ଘରେ ଶାରୀ ସମ

ଅଛି ମୁକ ଅବସ୍ଥାରେ

କୁଞ୍ଜବନ ଛାଡ଼ି କାହିଁ ଗଲେ ଶ୍ୟାମ

ରାଧା ବିରହୀ ରୂପରେ


କିଛି ତ ଲୁଚାଇ ନ ଥିଲା ଏ ରାଧା

ଭାବ ହେଲା ଦିନ ଠାରୁ

କାହିଁକି ଦୂରେଇ ରହିଛି ସେ ଶ୍ୟାମ

ଭାବ ରହିଛି ଅଧାରୁ

ଲୋକ ଲଜ୍ଜ୍ୟା ଭୁଲି ଶ୍ୟାମ ସହ ମିଶି

ରଖି ଭାବ ଖୋଲା ଖୋଲି

ଭାବୁଛି କି କିଛି ଲୁଚାଇଛି ବୋଲି

ନ କହି ଅନ୍ତର ଖୋଲି!

ଶ୍ୟାମ ଭାବନାକୁ ସମ୍ମାନ ଜଣାଇ

ଉନ୍ମୁକ୍ତ ଅଛି ମୋ ଭାବ

କିଛି ଲୁକ୍କାୟିତ ନାହିଁ ମୋର ହୃଦେ

ଶ୍ୟାମ ଭାବରେ ମୋ ଭାବ

ଶ୍ୟାମ ବଇଁଶୀ ର ସୁର ଲୟ ତାଳେ

କିଛି ବି ରହିନି ଲୁଚି

ସେଇ ସୁର ତାଳେ ହୃଦୟର ଭାବ

ଆପେ ଜାଗ୍ରତ ରହିଛି

ଅଧା ରହିବ କି ଭାବର ପ୍ରକାଶ

ଶ୍ୟାମ କିମ୍ପା ଅଛି ଲୁଚି

ଲୁଚକାଳି ଖେଳ ସ୍ମୃତି ହୋଇ ଅଛି

ହୃଦେ ମୋ ଶ୍ୟାମ ଲୁଚିଛି !

ଥରେ ମାତ୍ର ଶ୍ୟାମ ଆସୁ କୁଞ୍ଜବନ

ରାଧା କାହ୍ନାକୁ ଚାହୁଁଛି 

ଏ ଯାମିନୀ ଅନ୍ତ ହେବାକୁ ନିକଟ

ଏ କାମିନୀ ବି ମଉଳିଛି

ଦୂର୍ବାଦଳ ଶ୍ୟାମ ଶ୍ୟାମ ଶ୍ୟାମା ଶ୍ୟାମ

ଭଜୁଛି ସାରା ଯାମିନୀ

କାମିନୀ ଭାବନା ମଉଳି ନ ଯାଉ

କହେ ରାଧା ବିରହିଣୀ ।।

ଝୁରି ହୁଏ ରାଧା ଝୁରେ ଗୋପପୁର

ହୃଦୟରେ କୃଷ୍ଣ ଚିନ୍ତା

ଶ୍ୟାମ ରୂପ ,ରଙ୍ଗ, ତ୍ରିଭଙ୍ଗୀ ଚାହାଣୀ 

ଦର୍ଶନ ନିମନ୍ତେ ଚିନ୍ତା

ଆକାଶକୁ ଚାହିଁ ଭାବୁଛନ୍ତି ରାଧା

ଆକାଶର ରଙ୍ଗ ନୀଳ 

ନୀଳ ତମାଳ ଓ ଯମୁନାର ଜଳ

କୃଷ୍ଣ ସ୍ଵୟଂ ରଙ୍ଗ ନୀଳ 

ପୁରୁଷ ପ୍ରକୃତି ମିଳନର ଗାଥା

ଆତ୍ମା, ଆତ୍ମା ସହ ଲୀନ 

ଶ୍ରୀରାଧା ମାଧବ ଏକ ଦିବ୍ୟ ଆତ୍ମା

ଅବିଚ୍ଛେଦ୍ୟ ଚିରାମ୍ଳାନ

ଦୂର୍ବାଦଳ ଶ୍ୟାମ,ଶ୍ୟାମ,ଶ୍ୟାମା,ଶ୍ୟାମ

ରାଧା ହୃଦୟର ମଣି

କାମିନୀ ଭାବନା ମଉଳି ନ ଯାଉ

କହେ ରାଧା ବିରହିଣୀ 

ଶ୍ୟାମ ପ୍ରତୀକ୍ଷାରେ ରହିଛି ଏ ରାଧା

ସଜଳ ନୟନ ଧାରେ

ପ୍ରତିଧ୍ଵନି ପ୍ରତି ମୁହୂର୍ତ୍ତରେ ପ୍ରାୟ

କାହ୍ନା ପାଇଁ ରାଧା ଝୁରେ 

ସଖୀ ଗୋ, କି ' କହିବି ସେ' ଶ୍ୟାମ କଥା

ଅସରନ୍ତି ତାହା ପ୍ରାୟ

ଶ୍ୟାମ ସୁନ୍ଦର ସେ ନାଟୁଆ ନାଗର 

ଶ୍ୟାମ ହିଁ ମୋ ଅଭିପ୍ରାୟ



Rate this content
Log in

Similar oriya poem from Abstract