STORYMIRROR

Bidyadhar Mantry

Abstract

4  

Bidyadhar Mantry

Abstract

"ମୁଁ ଠିକ୍ ଅଛି "

"ମୁଁ ଠିକ୍ ଅଛି "

1 min
3


"ମୁଁ ଠିକ୍ ଅଛି" ବକ୍ତବ୍ୟ,କହେ ଯିଏ ମୁଖେ
 ପ୍ରତିଧ୍ୱନୀ କହେ ଧୀରେ, ଅହଂ ତା' ସମ୍ମୁଖେ *

ଅହଂ ର ଧ୍ବନି ସହଜେ,' ମୁଁ 'ଉଚ୍ଚାରଣରେ
କାରଣ ବି ବିନାଶର ,'ମୁଁ ' ଅହଂ ରୂପରେ *

ଆଧ୍ୟାତ୍ମିକ ତତ୍ତ୍ଵ କହେ, 'ମୁଁ ' ଜୀବ ରୂପରେ
ପରମ ପ୍ରାପ୍ତି ଆଶାରେ, ଜନ୍ମ ଏ ଧରାରେ *

ନିଜକୁ ପଚାରେ ପ୍ରଶ୍ନ, 'ମୁଁ ' ଭିତରେ କିଏ !!
ସବୁରି ମୂଳରେ କିମ୍ପା,' ମୁଁ ' ଜଡ଼ିତ ଥାଏ !! *
 
'ମୁଁ ' ପ୍ରଥମ ପୁରୁଷ,ବଚନ ବି ଏକ
ବହୁ ବଚନରେ ଖୁସି,ଜୀବନ ସାର୍ଥକ *

ଭବିଷ୍ୟତ ଅନିଶ୍ଚିତ ,' ନିଦାନ ଅହଂ ର
ବହୁ ବଚନରେ କିନ୍ତୁ, କଥା ଭବିଷ୍ୟ ର *

ଯେବେ ଉଡ଼ି ଯିବ ପ୍ରାଣ,ନିର୍ବାକ 'ମୁଁ ' ' ମୋର '
"ମୁଁ ଠିକ୍ ଅଛି" ନୀରବ, ଶୁଭିବନି ସ୍ଵର *

ଅସରନ୍ତି ଅଭିବ୍ୟକ୍ତି, 'ମୁଁ ' ମୋର ,'ମୋ' ଦ୍ଵାରା
'ମୁଁ ' କିଏ ପ୍ରଶ୍ନର ପ୍ରାୟ, ଉତ୍ତର ନିଆରା *

ନିଜ ଲେଖା, ନିଜ ମତ,କେତେ ଦୂର ଠିକ୍
ଆଦୃତ ସହିତ ଲୋଡ଼ା,ବହୁ ପ୍ରଶଂସକ...*

ଜ୍ଞାନୀ ସମ ନିଜ ମତ,ନିଜ ଲେଖା ପ୍ରତି
' ଠିକ୍ ' ବୋଲି ଦର୍ଶାଇବା, ଅବାନ୍ତର ଯୁକ୍ତି *


Rate this content
Log in

Similar oriya poem from Abstract