Dipti lekha Mishra

Abstract Inspirational Others


5.0  

Dipti lekha Mishra

Abstract Inspirational Others


ଅଧୁରା ସପନ

ଅଧୁରା ସପନ

1 min 600 1 min 600

ନିର୍ବନ୍ଧ ହେଲା

ହାତଗଣ୍ଠି ପଡିଲା

ବାହାଘର ହେଲା

ହେଲେ ସପନ ସବୁ

ଅଧାରେ ରହିଗଲା

କେବଳ ଏ ମନ ପାଇଁ॥


କାହିଁ ଭାବୁଥିଲି

ସବୁ ସପନ କୁ

ଦେବା ପାଇଁ ଏକ 

ନୂଆ ରଙ୍ଗ

ସବୁ ସପନ ଅଧା ରହିଗଲା

କେବଳ ଏ ମନ ପାଇଁ॥


କେମିତି କହିବି

କାହାକୁ କହିବି

ଭାବନା ମୋର ଯେତେ

ଲେଖା ମାଧ୍ୟମରେ

ଜଣାଈଲେ ତୁମକୁ

ପାରୁନାହଁ ଜମା ବୁଝି

ସବୁ ସପନ ଅଧା ରହିଲା

କେବଳ ଏ ମନ ପାଇଁ॥


ବିଚଳିତ ମନ ବୁଝୁନାହିଁ

କେବେ ବା କଣ କରିବ

କାହାକୁ କେମିତି କହିବ

କେଉଁ ଭାଷାରେ ବୁଝାଇବ

କାଏ ବୁଝିବ କି ନାହିଁ

ଲାଗିଲାଣି ସନ୍ଦେହ

ମୋ ସପନ ରହିଲା ଅଧା

କେବଳ ଏ ମନ ପାଇଁ॥


Rate this content
Log in

More oriya poem from Dipti lekha Mishra

Similar oriya poem from Abstract