STORYMIRROR

Dipti lekha Mishra

Abstract Inspirational Others

3  

Dipti lekha Mishra

Abstract Inspirational Others

ଉପଦେଶ

ଉପଦେଶ

1 min
182


ମୁଁ ଅନ୍ୟକୁ କହୁଅଛି ନିଶାପାଣି

ସ୍ୱାସ୍ଥ୍ୟ ପାଇଁ ନୁହଁ ଭଲ

କିନ୍ତୁ ମୁଁ ବି ସେଇ ଅଭ୍ୟାସରେ ବ୍ୟସ୍ତ

ମନ ମାନୁନାହିଁ ବୋଲ

ଜାଣିଶୁଣି କରେ ଭୂଲ।


ମୁଁ ପିଲାଙ୍କୁ କହେ ଗର୍ବ ଅହଂକାର

ଅତି ଶୀଘ୍ର ତ୍ୟାଗ କର 

ମୋ ସାଙ୍ଗ ଯଦି ଉନ୍ନତି କରେ ତେବେ

ଜାଗିଉଠେ ମୋ ଭିତର

ସ୍ୱାର୍ଥ ଗର୍ବ ଅହଂକାର।


ଟିଭି ଦେଖନାହିଁ ଯନ୍ତ୍ର ଧରନାହିଁ

କହୁଛି ମୁଁ ବାରମ୍ବାର

ଘଣ୍ଟାକ ରୁ ଘଡ଼ିଏ ବି ନ ଧରିଲେ

ଜୀବନ ମୋ ଅନ୍ଧକାର

ଏ ଅଟେ ମୋର ସଂସ୍କାର।


ଆଳସ୍ୟକୁ ତ୍ୟାଗୀ କର ଯୋଗଧ୍ୟାନ 

କର୍ମଠ ହୁଅ ଜୀବନେ

କହୁଛି ହେଲେ ମୁଁ ନିଜେ ତ କରୁନି

ତୁଛାଟାରେ ହିଁ ବଖାଣେ

ନିଜେ ନିଜକୁ ଯେ ହାଣେ।


ନାରୀକୁ ସମ୍ମାନ ଦିଅ ପ୍ରଚାରୁଛି

ଭୁଲେ ଘରର ନାରୀଙ୍କୁ

ସୁନ୍ଦର ସରଳ କଥା କହି କହି

କଷ୍ଟ ଦିଏ ଆପଣାଙ୍କୁ

ଭଲ ଦେଖଣାହାରୀଙ୍କୁ।


ବୃକ୍ଷ ହିଁ ଜୀବନ ଧନ ନୁହେଁ ବଡ

ଭାଷଣ ଦିଏ ମୁଁ ନିତି

ଧନପାଇଁ ବଣ କରିଦିଏ ସଫା

ଏହା ଅଟେ ମୋ ଉନ୍ନତି

ଅଟେ ମୋର ଦେଶପ୍ରୀତି।


ଯାହା ମୁଁ କହୁଛି କରୁଛି ବାହାରେ

ଯଶ ଯେ ଅରଜିବାକୁ

ତିଳେ ମାତ୍ର ମୋର ହୃଦୟ ଥରୁନି

ପାପ କର୍ମ କରିବାକୁ

ଦୋଷରୋଷ ଲଦିବାକୁ।


ଉପଦେଶ କହେ ଯେ, ନୁହେଁ ଭଲ ସେ

ଏକଥା କି ମୁଁ ନଜାଣେ

କହୁଥାଏ ବେଶି ବକବକ ହୋଇ

ତେଣୁ ମୁଁ ଯେ ଗାଳି ଶୁଣେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract