STORYMIRROR

Dipti lekha Mishra

Abstract Inspirational Others

3  

Dipti lekha Mishra

Abstract Inspirational Others

ବିଶ୍ୱ ହସ ଦିବସ

ବିଶ୍ୱ ହସ ଦିବସ

1 min
228


କିଏ ହସେ ଆଜି

ଖୁସି ପାଇଲା ବୋଲି

କିଏ ହସେ ପ୍ରତିଶୋଧ

ନେଇପାରିଲା ବୋଲି

କିଏ ହସେ ତାର ପ୍ରିୟ 

କି ପ୍ରିୟା ହସିଲା ବୋଲି

କିଏ ହସେ ପ୍ରଭୁଙ୍କୁ 

ପାଇଯିବ ବୋଲି 

କିଏ ପୁଣି ହସେ ଗଡି ଗଡି

ହୃଦ ରୋଗ ରୁ ବଂଚିବ ବୋଲି

ହେଲେ ଆଜି ପ୍ରକୃତି ହସୁଛି 

ଆଉ ଶିଖ କହୁଛି

ହେଇ ଦେଖୁଛ ନା ସବୁ

ଆଜି କୋରନା ହସୁଛି 

ପ୍ରାଣ ନେଇପାରୁଛି ବୋଲି ।।


ମାଛ ବେଙ୍ଗ ଛାଗ

କୁକୁଡ଼ା କଙ୍କଡା ଯେତେ

ହେଉଛନ୍ତି ଅନେକ ଖୁସି 

ଆଜି ମଣିଷର ଏପରି

ନିର୍ଦୟ ଅବସ୍ଥା ଦେଖି!


ଆଜି ପଚାରୁଛନ୍ତି ମଣିଷକୁ

ହେ ଶ୍ରେଷ୍ଠ ମାନବ ଜାତି

ଜାଣିଲ କି ଶ୍ୱାସରୁଦ୍ଧ

କେତେ କଷ୍ଟଦାୟକ ?

ନା ତୁମେ ଆହୁରି ଭାବିନାହଁ

ପୁଣି ଥରେ ଭାବିଦେଖ

ବାରମ୍ବାର ମନେପକାଓ

ଆମକୁ ଦଣ୍ଡ ଦେବା ବେଳର 

ମୁହୂର୍ତ ଆଉ ଆମ ଚିତ୍କାର ।।


ପଚାରୁଛନ୍ତି ମାନବକୁ ହେ 

ମୂର୍ଖ ମାନସ ସନ୍ତାନ ଗଣ 

ଲଜ୍ୟା ଲାଗୁନି କି ଡର ଲାଗୁନି

ଖାଉଛ ପ୍ରାଣୀ ହୋଇ ପ୍ରାଣୀର

ମାଂସ ଆଉ ରକ୍ତ ଯେତେକ

ଛି ଛି ତୁମ ଚିନ୍ତା ଆଉ ମାନବିକତା

ମୃତ ଶରୀର ଖାଇ ରୋଗକୁ 

ନିଜ ଭିତରକୁ ନେଉଛ

ଟଙ୍କା ର ଗର୍ବ ଦେଖାଉଛ ।।


ତେଣୁ ହେ ମୋର

ପ୍ରିୟ ଭାରତବାସୀ

ଜାଗ୍ରତ ହୁଅ ଆଉ

ହସି ହସାଇବା ଆସ

ଲଗାଇବା ଗଛ ଗୋଟିଏ

ବଞ୍ଚାଇବା ପ୍ରାଣ କୋଟିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract