STORYMIRROR

Dipti lekha Mishra

Abstract Inspirational Others

4  

Dipti lekha Mishra

Abstract Inspirational Others

ନାହିଁ ଆଉ ଭରସା

ନାହିଁ ଆଉ ଭରସା

1 min
212


ବିଚିତ୍ର ଏ ଦୁନିଆ 

ବିଭିନ୍ନ ଏଠି ମତ

ବିଗ୍ରହ ପାଏ ପୂଜା

ବିଶ୍ୱାସ ଅଟେ ସତ।।


ଭଲ ପାଇ ମଣିଷ

ଭର୍ତ୍ସନା ସବୁ ତୋଳେ 

ଭାବେ ଅନେକ ସ୍ବପ୍ନ

ଭକ୍ତିରେ ଯାହା ଜଳେ।।


ମାରିବା ବେଳେ ଜୀବ

ମାରେ ଯେ ବିବେକକୁ

ମଙ୍ଗଳ ଆଳତିରେ

ମନାଷେ ତା ସ୍ୱାର୍ଥକୁ।।


ଯମ ବି ଡରେ ଏବେ

ତାଲିକା ଗଣିବାକୁ

ମଶାଣି ଡରେ ଆଜି 

ଦେଖି ପୋଡା ଦୃଶ୍ୟକୁ।।


ବନ୍ଧୁ ମାନେ ଶାଯନ୍ତି

ପରୋକ୍ଷ ଶତ୍ରୁ ଭାବେ

ସମ୍ପର୍କ ସଜବାଜ

ସ୍ୱାର୍ଥର ରଙ୍ଗଭବେ।


ଏଠି ବିଶ୍ୱାସ ହୁଏ

ନିଃଶ୍ୱାସ ପାଇଁ ବିଷ

ନିଃଶ୍ବାସ ପ୍ରାଣ ବୁଜି

ଅକାଳେ ହୁଏ ଶେଷ।।


ଏଘଡି ଭରସାକୁ

ଭସାଇ ସାଗରରେ

ସ୍ବପ୍ନ ବୁଣେ ଜୀବନେ

ଧନ ଅରଯିବାରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract