STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ବିଚାର-ଯନ୍ତ୍ରଣାଘର

ବିଚାର-ଯନ୍ତ୍ରଣାଘର

2 mins
458


ବୁଦ୍ଧି ବିବେକ ବିଚାର ମସ୍ତିଷ୍କ

ବୁଝିବା ବୁଝାଇବାର ସ୍ୱଳ୍ପ ଶକ୍ତି

ମନକୁ ଆତ୍ମାକୁ ଆନ୍ଦୋଳିତ କରେ,

ଯନ୍ତ୍ରଣା ଦିଏ ଜର୍ଜରିତ କରେ

ବିଚାର ଶକ୍ତି ମନକୁ ଶକ୍ତିହୀନ କରିଦିଏ

ହେ ବିଧାତା ମୂକ ଅନ୍ଧ କାଲ ମୁର୍ଖ କରିଦିଅ

ଯାହାଦେଇଛ ସବୁ ଫେରାଇନିଅ ଫେଡ଼ିଦିଅ ।(୧)

ଦୟା କ୍ଷମା ସ୍ନେହ ଶ୍ରଦ୍ଧା ଯେତେ

ପୂର୍ଣ୍ଣ ନକରି ଜୀବନ କ୍ଷୁର୍ଣ୍ଣ କରୁଛି,

ସହନଶୀଳତା ତ୍ୟାଗ ଭରସା ବିଶ୍ୱାସ ଯେତେ

ଉଦାରତା ସମ୍ମାନ ଅଭିମାନ ସ୍ୱାଭିମାନ ସବୁ

ନିଜ ଭିତରୁ ନିଜକୁ ବିତାଡ଼ିତ କରୁଛି

କହୁଛି ଏ କଳିଯୁଗ ଏଠି ଲୁହ ଆଉ ମହଙ୍ଗା ନାହିଁ,

ନିସ୍ୱାର୍ଥପରତା ନିଜକୁ ଜାଳୁଛି ସ୍ୱାର୍ଥ ଚୁଲିରେ

ନିର୍ଦୟ କରିଦିଅ ହେ ଦେବ ହେ ଶିବ ଶଙ୍କର ।(୨)

ଏଠି ନ୍ୟାୟର ଆଳୟ ମଧ୍ଯ ଆବର୍ଜନାକୁ ଆଦରୁଛି

କହୁଛି ଏହା ଆବର୍ଜନା ବୋଲି ପ୍ରମାଣ ନାହିଁ,

ହତ୍ଯାକାରୀକୁ କ୍ଷମା ନିର୍ଦୋଷକୁ ଦଣ୍ଡ ମିଳୁଛି

ମାୟା ରେ ନିଶାରେ ନାରୀରେ ଅର୍ଥରେ

ପ୍ରତି ମୁହୁର୍ତ୍ତରେ ଗୀତା ଭାଗବତ ପାଉଛି ଗାଳି ଅପମାନ,

କାଗଜରେ ଘୋଷଣା କଲମରେ କ୍ଷମତାର ଚୌକି

ମଦର ବନ୍ୟା ସୁରାଶାକୀ ର ଆସର ଜମୁଛି

କିନ୍ତୁ ଅପ୍ରମାଣିତ ତେଣୁ ଏହା ମିଛ ମୁଁ ମିଛୁଆ,

ଡ଼ାକିନିଅ ଯେ ଗୀତା ନ ଛୁଇଁ ମଧ୍ଯ ସତ କୁହନ୍ତି

ମନ୍ଦିର ନ ଯାଇ ମଧ୍ଯ ଈଶ୍ବର ଙ୍କୁ ମାନନ୍ତି

ଦୂତ ପଠାଇ ପାଖକୁ ନେଇଯାଅ ବିଶ୍ବାସ ହେଉନି

ତେବେ ତୁମେ ମଧ୍ଯ ପ୍ରମାଣ ଖୋଜିବ ଈଶ୍ବର ।(୩)

ମୈତ୍ରୀ ଭାବର ଭଲପାଇବାର ମଣିଷପଣିଆର

ନା ଅଛି ସମ୍ମାନ ନା ଅଛି ମୂଲ୍ଯ ଏହା କଳିକାଳ

ଏଠି ମିଛ ଶକ୍ତିଶାଳୀ ସତ ସମ୍ପୂର୍ଣ୍ଣ ଦୁର୍ବଳ,

ଯେ ସତକହୁଛି ତାକୁ ଫାଶି

ମିଛକୁ ନୋବେଲ ଭଳି ପୁରସ୍କାର ବି ଦିଆଯାଇପାରେ..!

ହସ ଯେତେ ମିଛ ଲୁହ ଉପରେ ସନ୍ଦେହ

ନାରୀ ନାରୀ ହୋଇ ନାରୀ ପୁରୁଷ ହୋଇଛି

ପୁରୁଷ ରାକ୍ଷସ ପାଲଟିଛି ନିଶାରେ

ବିଚାର ଶକ୍ତି ନଷ୍ଟ କରିଦିଅ ପ୍ରଭୁ

ଚିନ୍ତାଶକ୍ତି ଫେରାଇନିଅ ମହାପ୍ରଭୁ

ଜୀବନ୍ତ ଜଳିବାର ଆନନ୍ଦ ଆଉ ହଜମ ହେଉନି ।।(୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract