STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ପଥର କାନ୍ଦିବ

ପଥର କାନ୍ଦିବ

1 min
51

#ପଥର_କାନ୍ଦିବ
*************

ଆଜି ମିଳୁଥିବା ତାତ୍ସଲ୍ୟର ହସ
ଆଜି ଶୁଭୁଥିବା ପରିହାସର ସ୍ୱର
ଆଜି ପାଉଥିବା ଘୃଣା ଓ ଅପମାନ
ଆଜି ସହୁଥିବା ବ୍ୟଙ୍ଗ ବିଦ୍ରୁପର ଶବ୍ଦ
ଆଉ କାଲିକି ନଥିବ,

କାଲିକି ବାକି ରହିଥିବ କେବଳ
ଏକ ଚରିତ୍ର ଯେଉଁ ଚରିତ୍ର ମୂକ ହୋଇଯିବ
ସେ ମୂକର ଦୁଇ ଆଖିର ଭାଷା
ଦିନେ ସଭିଙ୍କୁ ଦିଶିବ,
ସ୍ପଷ୍ଟ ଦିଶିବ ସେ ଆଖିର ଭାଷା
ଓ ଓଠର ନୀରବତା ଶୁଣି କାଠ କାନ୍ଦିବ,
ମାଟି କାନ୍ଦିବ ସେ ଚରିତ୍ରଟିର ଯାତନା କାହାଣୀ
ଶୁଣି ଦିନେ ପାହାଡ଼, ପର୍ବତ ଓ ପଥର କାନ୍ଦିବ,

ଆଜି ଅଛି ତା' ପାଇଁ ରଙ୍ଗବେରଙ୍ଗର ଉପହାସ
ଆଜି ଲୁହ ସହ ସେ ନିତି ପ୍ରଣୟ କରୁଛି
ଆଜି ସେ ମରଣର ନୂଆ ସଂଜ୍ଞା ଖୋଜୁଛି
ଆଜି ନିର୍ଜନ ରାତିରେ ନିଜକୁ ଜାଳୁଛି
ଆଉ କାଲିକି ନ‌ଥିବ,

କାଲିକି କେବଳ ଥିବ ତା' ସମାପ୍ତିର ସଂଳାପ
ଯେଉଁ ସଂଳାପରେ ହେବ କରତାଳି ବର୍ଷା
ଆଜି ଚିତ୍କାର ଶୁଭୁନି କାହାକୁ ହୃଦୟର
କାଲି ନୀରବତାର ଭୂମିକମ୍ପରେ ଅନେକ ମନର ମେଦିନୀ କମ୍ପିବ ସେ ଦିନ ଫୁଲ କାନ୍ଦିବ,

ପତ୍ର ଛଟପଟ ହେବ ଋତୁମାନେ ସବୁ ବିଷାଦର ଗୀତ ଗାଇବେ ସେଦିନ ଘର କାନ୍ଦିବ,
ବାରି କାନ୍ଦିବ ସବୁ ନିର୍ଜୀବ ବସ୍ତୁ ର ଆଖିରୁ
ସେଦିନ ଲୁହ ଝରିବ, କେବଳ ଲୁହ ହିଁ ଝରିବ
ସେଦିନ ପଥର କାନ୍ଦିବ, ହଁ ପଥର କାନ୍ଦିବ ।

 ©® ଦେବବ୍ରତ ମିଶ୍ର ତା ୦୬.୧୧.୨୦୨୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract