STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ମୁଠାଏ ଭାତ

ମୁଠାଏ ଭାତ

1 min
226


ଭାତ ମୁଠାଏ ପାଇଁ   କେତେ ଯେ ନାଟ

ମୁଣ୍ଡ ପୋତା କେଳା “ମୁଁ” ଦେଖିଛି ପିଲାଦିନେ

ବଇଶାଖ ଖରା ବେଳେ

    ଦେଖିଏ ଖାଁଙ୍କର ପେଟ 

ଭାତ ମୁଠାଏ ପାଇଁ   କେତେ ଯେ ନାଟ ।।


ଧୁ ଧୁ ଖରା ବେଳରେ   କରଇ ନାଟ

କାଠ ଘୋଡା ତା ଖାଏ ଗରମ ଧୂଳି ବାଲି

ଘୋଡା ଚଢି ନାଚେ ଯେବେ

      ତାକୁ ସେ ମାରଇ ନାମ

ମୁଠାଏ ଭାତ ପାଇଁ   କେତେ ଯେ ନାଟ ।।


ମୁଣ୍ଡ ପୋତିବ ଗୋଟେ   ଖୋଳଇ ଖାଲ

ମୁଣ୍ଡରେ ସେ ବାଲି ଘୋଡାଇ ପୋତେ ତା ମୁଣ୍ଡ

ଖାଁଙ୍କର ପେଟ ଦେଖାଇ

     ମାଗୁଥାଏ ମୁଠେ ଭାତ

ମୁଠାଏ ଭାତ ପାଇଁ   କେତେ ଯେ ନାଟ ।।


ଘରଣୀ ବାଏ ଚାଙ୍ଗୁ  ଲୁହ ଝରାଏ

କଳା ମଚମଚ ହାଣ୍ଡି ଟେ ଥୋଇ ମାଗଇ

ଦିଅ ମାଆ ଦିଅ ବାପା

  ଟୋପେ ତୋରାଣି ମୁଠେ ଭାତ

ମୁଠାଏ ଭାତ ପାଇଁ   କେତେ ଯେ ନାଟ ।।


ନଅ ଅଙ୍କ ଦୁର୍ଭିକ୍ଷ   ଇତିହାସ ରେ

ଲିଖିତ ସେ ବିବରଣୀ ମୁଠେ ଭାତ ବଦଳରେ

କେତେ ଯେ ଦାରୁଣ ଭାଷା

    କେତେ ଯେ ଦାରୁଣ ଚିତ୍ର

ମୁଠାଏ ଭାତ ପାଇଁ   କେତେ ଯେ ନାଟ ।।


ସେହି ଯେତେ କାରୁଣ୍ୟ   ଦୃଶ୍ୟ ର ଚିତ୍ର

ଆଜି ଭାବିଲେ ମନେ ସପନ ସମ ଲାଗେ

ହୃଦୟ ବିଦିର୍ଣ୍ଣ ଛବି

    କେବଳ ମୁଠାଏ ଭାତ

ମୁଠାଏ ଭାତ ପାଇଁ   କେତେ ଯେ ନାଟ ।।


ମୁଠାଏ ଭାତ ପାଇଁ   ଅନେକ ଛବି

ଲେଖିବା ପାଇଁ ଆଜି ସମର୍ଥ ନୁହେଁ କବି

ଅନେକ ନଗ୍ନ ଦୃଶ୍ୟ ଯେ

       ହୋଇଯାଏ ଅଭିନିତ

ମୁଠାଏ ଭାତ ପାଇଁ   କେତେ ଯେ ନାଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract