STORYMIRROR

Pranati Mahapatra

Inspirational Abstract

3  

Pranati Mahapatra

Inspirational Abstract

ଆମର ମାନସିକତା

ଆମର ମାନସିକତା

1 min
14K


   

ଲକ୍ଷେ ଶିବ ପୂଜି ପାଇଥାଏ ମାଆ

        ରତ୍ନ ତୁଲ୍ୟ ପୁଅଟିଏ,

    ବଂଶର ଗୌରବ ଉଜ୍ଜ୍ବଳ କରିବ

       ସଯତ୍ନରେ ପାଳୁୁଥାଏ।

ଝିଅଟିଏ ହେଲେ ନାକଟେକା ହୁଏ

    ଅଣଦେଖା ଅଣହେଳା,

ବାପାମାଆଙ୍କ ର ଚିନ୍ତା କାଳେ ବଢେ

   ସିଏ, କରେକାଳେ ମୁହଁ କଳା।

ବଂଶର ପ୍ରଦୀପ ପୁଅବୋଲି ସର୍ବେ

   ଜଗତେ ତାର ଆଦର,

ବୃଦ୍ଧବୃଦ୍ଧାକାଳେ ଆଶାବାଡି ବୋଲି

    ସଭିଙ୍କ ମଣି ନେତ୍ରର।

ପୁତ୍ରଯଦି ହୁଏ ପ୍ରଦୀପ ତ ତୈଳ

     ଯେ କନ୍ୟା ହୁଅଇ 

ନେତ୍ରମଣି ପୁତ୍ର ଭାବ ଯଦି ତୁମ୍ଭେ

    କନ୍ୟା, ସେବାରଅମ୍ଭୃତ ମୟୀ।

ତୁଠରପଥର ପରି ହେଳାକଲେ

    ବୁଡିବ ସଂସାର ଭେଳା,

ସୃଷ୍ଟିସର୍ଜନା ଲୋପ ହୋଇଯିବ

     ଆସିବ ସଂହାର ବେଳା।

ନାରୀ ବିନା କିବା ଏସାରା ବିଶ୍ବ

    ଆତଯାତ ହୋଇ ପାରେ,

ଆଗାମୀ ସୂରୁଯ ଉଇଁବାା ଆଗରୁ

    ପ୍ରଳୟ ବି ଆସିପାରେ।

ଯେଉଁଠି ବି ଶୁଣ କନ୍ୟା ଆଉ ନାରୀ

   ହେଉଛି ଆଜି ଲାଞ୍ଛିତା,

ମାତୃଗର୍ଭ ମଧ୍ୟ ବାଦ୍ ପଡେନାହିଁ

   ପାଏ ବି ସେଠି ଯାତନା

    ଶିକ୍ଷୟିତ୍ରୀ

    ପ୍ରଣତି ମହାପାତ୍ର

    ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational