ତବ ଆଶ୍ରିତ
ତବ ଆଶ୍ରିତ
କିମ୍ପାଇଁ ଆସିଛି ମରତେ
ପ୍ରଭୁ ନ ଜାଣେ ମୁହିଁ,
ନ ଚିହ୍ନେ କାହାକୁ ଜଗତେ
କିଏ ମୋ ବନ୍ଧୁ ଭାଇ,
ଜାବୁଡ଼ି ଧରିଛି ତୁମକୁ
ପଥ ଦିଅ ବତାଇ,
ପାଶେ ପାଶେ ଥାଅ ମୋହର
ଆହେ ଜଗତ ସାଇଁ ।
ଜାଣିଛି ତୁମକୁ କେବଳ
ଆହେ ଜଗତନାଥ,
ଅନାଥ ଅରକ୍ଷ ରକ୍ଷକ
ତୁମେ ହେ ବିଶ୍ବନାଥ,
ପ୍ରଭାତେ ପ୍ରଭାତୀ ମଙ୍ଗଳ
ଚିନ୍ତେ ସଭିଙ୍କ ପାଇଁ,
ଲୋଡ଼ା ନାହିଁ ଧନ ମୋହର
କୃପାରେ ଥାଅ ଚାହିଁ ।
ଜାଣିଛି ମାୟାରେ ଜଗତ
ହୋଇ ଅଛି ଯେ ବଶ,
ଆହୁରି ଜାଣିଛି ବଶ ଯେ
ତବ ଶ୍ରୀମୁଖ ହସ,
କଳାମୁଖେ ଦୁଇ ନୟନ
ବନ୍ଦୀ ତହିଁ ଜଗତ,
ଏତେ ଆଶା ନାହିଁ ମୋହର
ପାଦେ ସଦା ଆଶ୍ରିତ ।