STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସଂସ୍କୃତି ସଂସ୍କାର

ସଂସ୍କୃତି ସଂସ୍କାର

1 min
154

(ରାଗ:- ବଙ୍ଗଳା ଶ୍ରୀ)


କିଏ ସେ ରେ ପୁତ୍ର ଭକ୍ତି ପିତୃମାତୃ କରେ ଶ୍ରବଣର ପରି 

     ଶିକ୍ଷା ଦେଇ ଗଲା ପୁତ୍ରର କର୍ତ୍ତବ୍ୟ 

         ହେବ କିଏ ତା'ର ସରି !!


ନୂଆ ଏ ଭାରତ ନୂତନ ସାଜିଛି ଦୃଶ୍ୟ ସବୁ ନୂଆ ନୂଆ

     ସଂସ୍କୃତି ସଂସ୍କାର ଶୁନ୍ୟ ହେଉ ଅଛି

        ବୃଦ୍ଧ ଆଶ୍ରମ ହେ ଠିଆ !!


ଗୃହେ କାହିଁ ଆଜି ପିତୃମାତୃ ସେବା କରୁଛି ସେବା ଆଶ୍ରମ

      ମମତା ନିଲାମ ଟଙ୍କା ରେ ହେଉଛି 

         ନାହଁ ଟି ଗୃହ ଆଶ୍ରମ !!


ଝିଅ ଭରି ଦିଏ ବାପ ଘରେ ଖୁସି ଶଶୁର ଘରରେ ରହି

     ରହି କର୍ତ୍ତବ୍ୟରେ କର୍ମ କରୁ ଥାଏ

        ସଂସ୍କୃତି ସଂସ୍କାରେ ସେହି !!


ନାହିଁ କାହିଁ ଆଜି ଝିଅର ସେ ଗୁଣ ଘନଘନ ଟେଲିଫୋନ

     ନାହିଁ ଧ୍ୟାନ ତାର ଗୃହ କାର୍ଯ୍ୟକ୍ରମେ

        ବାପ ଘରେ ଖାଲି ମନ !!


ଗୃହ ବଧୂ ପରା ଗୃହ ଲକ୍ଷ୍ମୀ ହୁଏ ସତୀ ସାବିତ୍ରୀ ଙ୍କ ପରି

     ପତିବ୍ରତା ନାରୀ ପତିବ୍ରତା ଧର୍ମ

        କର୍ତ୍ତବ୍ୟର ଗୁଣେ ପୁରି !!


ସେବାଭାବ ରଖେ ଶାଶୁ ଓ ଶଶୁରେ ହୃଦୟରେ ପ୍ରଭୁ ଭକ୍ତି

     ସେବା ଅତିଥିଙ୍କ ମୂଳ ମନ୍ତ୍ର କରେ

         ଜନଜନ ସେବା ପ୍ରୀତି !!


ନାହିଁ ପ୍ରେମ ଶ୍ରଦ୍ଧା ଆଜିର ନାରୀରେ ନାହିଁ ଭକ୍ତି ଭାବ ପ୍ରୀତି 

     ଅମୃତ କାଳ ଏ ନୂଆ ଏ ଭାରତ

         କିବା ଏହୁ କାଳ କ୍ରୀତି !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract