STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସ୍ବାଧୀନତା ପାଇଁ ଓଡ଼ିଆ ପୁଅ !

ସ୍ବାଧୀନତା ପାଇଁ ଓଡ଼ିଆ ପୁଅ !

1 min
23


      


ଦେଖିବ କିପରି ଓଡିଆ ପୁଅରେ

ପରାଧୀନର ଦୁର୍ଦ୍ଦଶା,

କଷ୍ଟ ଭୟଙ୍କର, କ୍ରନ୍ଦନର ସ୍ବର

କରୁ ଥିଲା ଲୋକହସା

ଇଂରେଜର ଅତ୍ୟାଚାର

ଚିତ୍କାର ର ରାବ,

ନ ପାରିଲା ସହି, ଓଡ଼ିଆ ପୁଅରେ

ହେଲା ଏକତ୍ରିତ,

ପ୍ରଥମ ବିଦ୍ରୋହ ପାଇକ ବିଦ୍ରୋହ

ଇଂରେଜ ଶାସନ ବିରୁଦ୍ଧେ, ଓଡିଆ ପୁଅର,

ଉତ୍କଳ ମାଟିରୁ ଉଠିଲା ଏ ବହ୍ନି !!


ବାଜି ରାଉତଙ୍କ ବଳି ଦାନ କେବେ କେହୁ କି ଭୁଲି ପାରିବ ?

ବୀର ସୁରେନ୍ଦ୍ର ସାୟ ଅର୍ଜୁନ ସିଂହ କୀରତି 

ଦେଶବାସୀ ମନେ ସଦା ରଖିବ

ଇତିହାସ ପୃଷ୍ଠାର ଏ କୀର୍ତ୍ତି ଗୌରବ

ବୀରତ୍ବ ସ୍ମୃତି ବୈଭବ !


ରାଷ୍ଟ୍ର ଭକ୍ତଙ୍କ ତ୍ୟାଗ ବଳିଦାନ 

ଦେଶ ସ୍ବାଧୀନତା ପାଇଁ,

ବୀରତ୍ବ ଶକ୍ତି ହୃଦେ ଭରି ଦିଏ

ଅନୁଭୂତି ହୁଏ ଯହିଁ !

ସ୍ବାଭିମାନ ଆମ୍ଭ ତ୍ରିରଙ୍ଗା ଏହୁରେ

ରଖିବା ସର୍ବଦା ଟେକ,

ଶତ୍ରୁଙ୍କ ଚକ୍ରାନ୍ତ

ହେଳେ ନାଶି ଦେବା

ଶାନ୍ତି ମନ୍ତ୍ର ହସ୍ତେ ଆମ୍ଭ !!


କେତେ ବଳିଦାନ ମାତୃଭୂମି ପାଇଁ

ହସି ହସି ପ୍ରାଣ ଦେଲେ,

ମିଶୁ ଦେହ ମୋର ଏ ଦେଶ ମାଟିରେ

ଅଙ୍କୁରିତ ରାଷ୍ଟ୍ରେ କଲେ,

କାରା ଦଣ୍ଡ ଭୋଗି 

ସ୍ବାଧୀନ କରିଲେ,

ହେଲେ କେତେ ଯେ ଶହୀଦ

ଅହିଂସାର ମନ୍ତ୍ର ରଖି ଆନ୍ଦୋଳନେ

ପୂର୍ଣ୍ଣ କଲେ ମୋନରଥ !!


କୋଟି ପ୍ରଣିପାତ ଚରଣେ ତାଙ୍କର

ପନ୍ଦର ଅଗଷ୍ଟ ଦିନ

ପୁଷ୍ପାଞ୍ଜଳି ଶ୍ରଦ୍ଧାଞ୍ଜଳି

ଚରଣେ ତାଙ୍କର

କରୁ ଥିବା ତାଙ୍କ ବନ୍ଦନ !


ଆମ୍ଭର ଅସ୍ମିତା ଅଟୋଇ ତ୍ରିରଙ୍ଗା

ରକ୍ଷା କରିବା କର୍ତ୍ତବ୍ୟ

ପ୍ରେମ ପ୍ରୀତି ଶ୍ରଦ୍ଧା 

ଅଜାଡି ଦେବାହେ

ଶହୀଦ ବୀରଙ୍କୁ ଆମ୍ଭ !

ପନ୍ଦର ଅଗଷ୍ଟ ସ୍ମୃତିର ଦିବସ

ସ୍ବାଧୀନ ଭାରତବର୍ଷେ

ଗାଇବାରେ ରାଷ୍ଟ୍ର ଗୀତି 

ଜନ ଗନ ମନ

ବନ୍ଦେ ମାତରଂ

ତ୍ରିରଙ୍ଗା ଥିବାରେ ଧରି !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract