STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସ୍ମୃତି !

ସ୍ମୃତି !

1 min
14


କଳାରେ ଭୂଷିତ ଗାଆଁରେ ଆମର               

କଳାରେ ଥିଲା ନିପୁଣ,

ଯୁଦ୍ଧକଳା ଥିଲା ଶାସ୍ତ୍ର କଳା ଥିଲା                 

ଥିଲା ତ୍ୟାଗ ସମର୍ପଣ !


ବୀର ଖଣ୍ଡାୟତ ଭୂମି ପରା ଏହୁ               

ରହିଅଛି ଇତିହାସ,

ପରାକ୍ରମେ ଯାର ରାଜା ବଳିଆର 

ବୀରତ୍ବ ଭରା ସାହସ!


ଗାଆଁ ଜନସଂଖ୍ୟା ହଜାରରୁ ବେଶି               

ଦୁଇ ଶହ ପରିବାର,

ରାଧାକୃଷ୍ଣଙ୍କର ମନ୍ଦିର ଗାଆଁରେ                  

ଭକ୍ତି ପ୍ରେମର ସଞ୍ଚାର !


ଖଣ୍ଡାୟତଙ୍କର ଇଷ୍ଟଦେବୀ ପରା                 

ମାଆ ଦୁର୍ଗା ଓ ମଙ୍ଗଳା

ଇଷ୍ଟଦେବ ପରା କାଳିଆ ଠାକୁର,                 

ଗୁଞ୍ଜୁ ଅଛି କୀର୍ତ୍ତି କଳା !


ବନ୍ଧୁ ପରା ଅଟେ କଳାବାଡିଆ ଏ               

କଳାରେ ଭୂଷିତ ଗାଆଁ

ବୀରତ୍ବରେ ଭରା,କଳା କୀର୍ତ୍ତି ଯାର,              

ଓଡ଼ିଆ ଚର୍ଚ୍ଚିତ ନାଆଁ !


ମା ପାଉଡିଙ୍କର,ପବିତ୍ର ଜାହୀରା,                 

କଳା ଧଳା ଘୋଡା ଦୁଇ 

ସୁରକ୍ଷା କରନ୍ତି ଗାଆଁକୁ ଆମର                  

ଅଶ୍ବ ପରେ ଚଢି ଭାଇ !


କରୋନା ତାଣ୍ଡବ ଦୂରକଲେ ଦେବୀ              

ମହିମା ଗୁଞ୍ଜେ ତାଙ୍କର

ଗାଆଁ ଭୂଇଁ ମାଟି ମଥାରେ ଲାଗିଲେ    

ବୀରତ୍ବ ହୁଏ ସଞ୍ଚାର !


ଖଡ଼ଖାଇ ନଈ ଗାଆଁ କୋଳ ଗଡ଼ି               

ଅନୁକ୍ଷଣ ପଥଗାମୀ, 

ନଦୀ ନାଳ ଯହିଁ ମିଶି ଅଛି ବନ୍ଧୁ               

ସାକ୍ଷାତ କଳ୍ପେଶ୍ବ ଭୂମି !


ରାମ ବାବାଙ୍କର ଅଟେ ତପସ୍ଥଳୀ                 

ଜ୍ଞାନ ଅର୍ଜି ଥିଲେ ଯହିଁ

ଗଛ ଲତା ପୁଷ୍ପ ପବିତ୍ର ଆଶ୍ରମ                   

ଟାଣି ନିଏ ମନ ତହିଁ !


ନମଃଶିବାୟର ଗୁଞ୍ଜନ ଉଦ୍ୟାନେ               

କଳ୍ପେଶ୍ବ ନାମ ବିଖ୍ୟାତ

ଭକ୍ତ ଭଜୁ ଥାଏ, କଳ୍ପେଶ୍ବ କଳ୍ପେଶ୍ବ,             

କଳ୍ପେଶ୍ବ ଭୂଇଁ ସାକ୍ଷାତ !


ଭକ୍ତି ପ୍ରେମ ପ୍ରୀତି ଅର୍ପିତ ଭକ୍ତଙ୍କୁ,                

ପ୍ରତିମୂର୍ତ୍ତି ବାବାଙ୍କର

ଦିବ୍ୟ ଭବ୍ୟ ତାଙ୍କ, ମନ୍ଦିର ନିର୍ମିତ                 

ନାହିଁ ଯାର ପଟାନ୍ତର !


ଭକ୍ତ ହନୁମାନ ମନ୍ଦିର ଶୋଭିତ                

ଶନିଶ୍ଚର ଙ୍କ ମନ୍ଦିର

ପକ୍ଷୀ କୋଳାହଳ,କୋଇଲିର ରାବ,                

ଘଣ୍ଟି ଘଣ୍ଟାର ଝଙ୍କାର !


ଶଙ୍ଖ ହୁଳହୁଳି,ପଡୁ ଥାଏ ତହିଁ,                 

ହସ୍ତରେ ନୈବେଦ୍ୟ ଭାର

ଗାଆଁ ପୁରୋହିତ,ମନ୍ତ୍ର ପାଠ କରି,              

ପୂଜାର୍ଚ୍ଚନା କଳ୍ପେଶ୍ବର !


ଗାଆଁ ସ୍ମୃତି ଆଜି ମନେ ପଡୁ ଅଛି                

ଗାଆଁ ବୃଦ୍ଧ କହୁଥିଲେ,

ଖଣ୍ଡା ଧରି ହସ୍ତେ ବୀର ଧନୁର୍ଦ୍ଧର                  

ଶତ୍ରୁ ନାଶ କରୁ ଥିଲେ !


ସୂର୍ଯ୍ୟ ବଂଶ କ୍ଷେତ୍ରୀ ବୀର ଖଣ୍ଡାୟତ             

କର୍ତ୍ତବ୍ୟେ ବୀର ଭୂଷିତ,

ପୂର୍ବ ସ୍ମୃତି ବନ୍ଧୁ ରହିଛି ଯାହାର                

ରହିଛି ଗାଆଁ ମହତ୍ତ୍ଵ !


ଓଡ଼ିଆଙ୍କ ଭୂଇଁ ନାହିଁ ମାତୃଭାଷା                  

ଭାଷା ଶିକ୍ଷା ଆନ୍ଦୋଳନ,

ବିରୁଦ୍ଧର ସ୍ବର ଉଠୁଛି ଗାଆଁରୁ                  

କର୍ତ୍ତବ୍ୟ ସ୍ମୃତି ଗୁଞ୍ଜନ !


ଗାଆଁରେ ରହିଛି କୋଣାର୍କ ସଂଘଟି             

ସଂଘର୍ଷରେ ଅବିରତ,

ନିଜ ମାତୃଭାଷା ରକ୍ଷାର ନିମନ୍ତେ                 

ଯୁବାଙ୍କୁ କରେ ଜଡ଼ିତ !


ଓଡ଼ିଆ ସନ୍ତାନ ପଢିବେ ଓଡିଆ                 

ଆସୁଛି ସମୟ ତାର,

ଅନ୍ୟାୟର ନୀତି ଦୂର ହେବ ନିଶ୍ଚେ             

ବୁଝିବରେ ସରକାର !


ଅଧିକାର ଆମ ମାତୃଭାଷା ଶିକ୍ଷା                  

ନୂଆ ଶିକ୍ଷା ନୀତି ଦିଏ,

ଅମୃତର କାଳ ପୁଣି ଡିଜିଟାଲ୍                

ସମ୍ବିଧାନ ମଧ୍ୟ କୁହେ !



Rate this content
Log in

Similar oriya poem from Abstract