STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ନାମ ଯଜ୍ଞ !

ନାମ ଯଜ୍ଞ !

1 min
158

ନାମ ଯଜ୍ଞ !

ଅଜିତ କୁମାର ରାଉତ ଗାଁ କଳାବାଡିଆ କର୍ଣ୍ଣେ ବାଜି ଗଲେ ରାଧା କୃଷ୍ଣ ନାମ ପୁଲକିତ ମନପ୍ରାଣ ଅଜାଡ଼ି ଦେଇଛି ପ୍ରେମ ପ୍ରୀତି ଶ୍ରଦ୍ଧା ଅନ୍ତର୍ଗତେ ଅନୁକ୍ଷଣ ! ଯୁଗଳ ନାମରେ ଅମୂଲ୍ୟ ଅମୃତ ବୈକୁଣ୍ଠରେ ଦିଏ ସ୍ଥାନ, ତୃପ୍ତି ହୁଏ ମନ ଗାଇଲେ ଶୁଣିଲେ ପ୍ରାପ୍ତ ହୁଏ ଦିବ୍ୟ ଜ୍ଞାନ !! ପ୍ରେମ ରସ ଭରି ରହିଛି ନାମରେ ନିଃସ୍ଵାର୍ଥ ପରି ବ୍ୟଞ୍ଜନ କର୍ତ୍ତବ୍ୟ ଭୂଷିତ ନାମରେ ରହିଛି ସମଭାବ ଦିଏ ଜ୍ଞାନ ! ସତ୍ୟ ତ୍ୟାଗ ନିଷ୍ଠା ଧରି ଭକ୍ତି ଜ୍ଞାନେ ପ୍ରଭୁ ପଦେ ରୁହେ ଧ୍ୟାନ କର୍ମ ପଥେ ଥାଏ ମୁକ୍ତି ମାର୍ଗେ ରୁହେ,ନାମ ତ ଦିବ୍ୟ ରତନ !! ମନୁଷ୍ୟ ଅଟଇ ଏକମାତ୍ର ପ୍ରାଣୀ ଧର୍ମାଶ୍ରୟୀ ଜୀବନର ଧର୍ମର ପ୍ରସଙ୍ଗ ଶ୍ରବଣ ପଠନେ ଭୂଷିତ ହୁଏ ଜ୍ଞାନର ! ରାଧା କୃଷ୍ଣ ନାମ ଯୁଗଳ ମୂରତି ପ୍ରସଙ୍ଗ ତତ୍ତ୍ଵ ଭିତ୍ତିକ ତତ୍ତ୍ଵଜ୍ଞାନ ଭରା ନିଃସୃତ ଅମୃତ ଭକତି କରେ ଆଲୋକ !! ରାଧା କୃଷ୍ଣ ନାମ ଯୁଗଳ ଜ୍ୟୋତିର ଧ୍ୟାନ କରି ନିରନ୍ତର ହରେ କୃଷ୍ଣ ରାମ ମହା ମନ୍ତ୍ର ନାମ ମୁକ୍ତିମାର୍ଗ ମନୁଷ୍ୟର ସନାତନ ଧର୍ମେ ଦିବ୍ୟ ମନ୍ତ୍ର ଏହା ସାର୍ଥକ କରେ ଜୀବନ ତ୍ୟାଗକରି ହିଂସା କପଟ ଦ୍ୱେଷକୁ ଜପତପ ବ୍ରହ୍ମ ଜ୍ଞାନ !! ନାମର କୀର୍ତ୍ତନ ଭାରତବର୍ଷର ଯୁଗଳ ମହା ମନ୍ତ୍ରର ଗାଆଁରୁ ସହର ଗୁଞ୍ଜନ ତାହାରି ସନାତନ ଦିବ୍ୟତାର ! ନାମ ଯଜ୍ଞ କରେ ରାଷ୍ଟ୍ରର ମଙ୍ଗଳ ଦିଏ ଧର୍ମର ସଂସ୍କାର ସଂସ୍କୃତି ଦେଶର ବିଶ୍ବରେ ଆଦର ଶାନ୍ତିର ଦିଏ ମନ୍ତ୍ରର !! ସଭାପତି ଉତ୍କଳ ସମ୍ମିଳନୀ ଷଢେ଼ଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଳକ ଶାଖା ଝାଡ଼ଖଣ୍ଡ ରାଜ୍ୟ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational