STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପାଗଳ

ପାଗଳ

1 min
176

କିଏ ବୁଝିଛ କି କେବେ ପାଗଳକୁ

ପାଗଳାମି ମଣିଷକୁ ଦେଇଥାଏ ସଫଳତାକୁ

କବି ଟିଏ ଭାବୁକ ହୋଇ ସଦା ଭାବୁ ଥାଏ

ଭାବନା ରେ ରହି ନିଜ ଅନୁଭବ କୁ ଲେଖି ଥାଏ

ଲେଖିବାର ପାଗଳାମି ମଣିଷ କୁ କବି କରି ଦିଏ

ସେହି କବି ସମାଜ କୁ ନୂତନ ଦିଗ ଦେଖାଇ ଦିଏ

ମୀରା ବାଇ ଶ୍ରୀ ଚୈତନ୍ୟ ଭକ୍ତିରେ ନାଚି ଉଠିଲେ

ଭକ୍ତି ର ପାଗଳାମି ରେ ହରି ନାମାମୃତ ପାନ କଲେ

ପାଗଳାମି ନ ଥାଇ କେହି ଭକ୍ତ ହୋଇ ପାରେ ନାହିଁ

ଭକ୍ତି ଆସିଲେ ମଣିଷ ସବୁ ତ୍ୟାଗ କରି ଦିଅଇ

ପ୍ରେମ କରିବାକୁ ପାଗଳ ବି ହେବାକୁ ହୁଏ

କେତେ ରାତି ଉଜାଗର ରହି ପ୍ରିୟା ସାଥେ ଭେଟ ହୁଏ

 ପ୍ରେମର ନିଶା ରେ ମଣିଷ ସବୁ କିଛି ଭୁଲି ଯାଏ

ପ୍ରେମିକ ପାଗଳ ଟେ ପ୍ରେମ କରି ସାଥି ପାଇ ଯାଏ

ବିଦ୍ୱାନ ହେବାକୁ କରିବାକୁ ହେବ ସାଧନା 

ଜ୍ଞାନ ମାର୍ଗ ରେ ଗଲେ କରି ପାରିବ ଅମର ରଚନା

ଜ୍ଞାନି ହେବା ପାଇଁ ଉତ୍ତମ ଶିଷ୍ଯ ହୋଇବ

ଜ୍ଞାନ ର ପାଗଳାମି ରହିଲେ ଅସୀମ ଜ୍ଞାନ ଲଭିବ

ଖେଳ ପ୍ରିୟ ହୋଇ କିଏ ସବୁ ଛାଡି ଦିଏ

କେତେ ଦୂର ଯାଇ କେତେ କଷ୍ଟ ସହି ଖେଳାଳି ହୁଏ

ଖେଳିବାର ପାଗଳାମି ମଣିଷ କୁ ପଥ ଦେଖାଏ

ପିଲା ବେଳେ ଖେଳି ଖେଳି ଉତ୍ତମ ଖେଳାଳି ଦିନେ ହୁଏ

ମାନବ ସେବା ମାଧବ ସେବା ଦୁନିଆ ଜାଣି ଥାଏ

ସେବା କରି ସ୍ୱାର୍ଥ ଛାଡି ମଣିଷ ଗୋପ ବନ୍ଧୁ ହୋଇ ଯାଏ

ସେବା କରିବାର ପାଗଳାମି ରେ କିଏ ହୁଏ ମଦର ଟେରେସା

ସହି ଯାଏ ସିଏ ସବୁ ବାଧା ବିଘ୍ନ ନ ବାଧେ ତାକୁ ଲୋକ ହସା

ଦୁନିଆରେ ବଡ଼ ହେବା ପାଇଁ ଦେଖିବା ଆମେ ସବୁ ସ୍ୱପ୍ନ

ଆମ ଆତ୍ମ ବିଶ୍ୱାସ ଶିଖିବାର ପାଗଳାମି କରିଦେବ ମହାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational