STORYMIRROR

MADHU MITA

Inspirational

3  

MADHU MITA

Inspirational

ଶୁଣିଯାଅ

ଶୁଣିଯାଅ

1 min
169


ହେ

ବ୍ୟସ୍ତତାର ସ୍ଥିରତା!

ହେ

ବ୍ୟଗ୍ରତାର ଶିଥିଲତା!!

ହେ

ଅଶାନ୍ତିର ଶାନ୍ତି!

ହେ

ଅପ୍ରାପ୍ତିର ପ୍ରାପ୍ତି.!!


ଶୁଣିବକି ଥରେ ଟିକେ

ଶୁଣିଯାଅ!

ମନକଥା କହି ଦେଉଛି

ଶୁଣିଯାଅ!!


କେଜାଣି କାହିଁକି

ଖୋଜେ ମନ ଆଜି!

ବର୍ଷା ଭିଜା ଦେହରେ

ମନରେ ଯିବାକୁ ଭିଜି!!


କେଜାଣି କାହିଁକି

କୁହେ ମନ ଏଥର

ବିରାମ ଆବଶ୍ୟକ.!

ଗତାନୁଗତିକ ଧାରାରେ

ପରିବର୍ତ୍ତନଟିଏ ଆବଶ୍ୟକ!!


କେଜାଣି କାହିଁକି

ଲୋଟିଯିବାକୁ ଇଚ୍ଛା ହୁଏ

ନୀଳ ସାଗର ଅବୟବରେ!

ଶୁଷ୍କ ବାଲୁକା ପରେ ଧାବନ

ଛାଡ଼ି ଭୟ ଏଥର ଟିକେ

ସିକ୍ତ ଆର୍ଦ୍ର ହୋଇଯିବାରେ!!


କେଜାଣି କାହିଁକି

ଦୌଡିବା ଆଉ ଭଲ ଲାଗେନା!

ଏଇ ଆଗକୁ ବଢିବା

କି ପଛରେ ପକେଇବା

ମନକୁ ଆଉ ସ୍ପର୍ଶ କରେନା!!


କେଜାଣି କାହିଁକି

ଋତୁଚକ୍ରର ଆବର୍ତ୍ତନ!

କି ସମୟର ବିବର୍ତ୍ତନ

ଆଉ ଫରକ୍ ପଡେନି!!


ହେ

ଅନ୍ତର୍ମନର ଜ୍ୟୋତି!

ହେ 

କଲ୍ମଶ ମଧ୍ୟସ୍ଥ ଶାନ୍ତି!!

ହେ

ଅନୀତିର ନୀତି!

ହେ

ଅଗତିର ଗତି!!


ଏଥର ହାତ ବଢେଇ

ନେଇଯାଅ!

ବାଧାସବୁ ଏକାଠି ସାଉଁଟି

ନେଇଯାଅ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational