STORYMIRROR

MADHU MITA

Classics Inspirational

4  

MADHU MITA

Classics Inspirational

ସନେଟ୍ ମା

ସନେଟ୍ ମା

1 min
23


ମା' ନାଁ ଭିତରେ ଦିଶଇ ଈଶ୍ୱର ମା' ନାଁ ସବୁଠୁ ସୁନ୍ଦର

ମା' ଡାକ ସତେ କେତେ ଯେ ମଧୁର ଅଟେ କେତେ ଆପଣାର

ମା' କୋଳ ଥିଲେ ଡର ନାହିଁ କେବେ ବାଆ ଆସୁ କି ବତାସ

ମା' ରଖିଥାଏ ଘଣ୍ଟକୁ ଘୋଡେଇ ସନ୍ତାନର ଏ ବିଶ୍ଵାସ


ମା' ଆଣିଥାଏ ଦୂନିଆ ବକ୍ଷକୁ ଦେଖାଇ ଥାଏ ଜୀବନ

ମା' ହିଁ ଶିଖାଇ ଦେଇଥାଏ ପୁଣି ଧର୍ମ କର୍ମ ଓ ବଚନ

ମା' କହିଥାଏ ନିଜର କିଏ ସେ ଆଉ କେ' ଅଟଇ ପର

ମା' କହିଦିଏ ବିଶ୍ଵସ୍ତ କେ' ହେବ ଆଉ କେ' ଶତ୍ରୁ ଆମର


ମା' କୁହେ ନାହିଁ ଦେବାକୁ ଯେ କିଛି ତା'ର କିଛି ଲୋଡା ନାହିଁ

ମା' ଯଦି କେବେ ଆକଟ କରଇ ତେବେ ନିଶ୍ଚେ ଭଲ ହୋଇ

ମା' ଜାଣିପାରେ ଆଗରେ ବିପଦ ଏଣୁ ଭିଡ଼ି ଟାଣିଧରେ

ମା' ହାତ ଛାଡ଼ି ଚାଲିଗଲେ ଦୁରେ ସଂସାର ବି ପର କରେ


ମା' ମୋ ଦୁନିଆ ମା' ଖୁସି ମୋର ମା' ମୋ ଅତି ନିଜର

ମା' ଡାକିଦେଲେ ଦଉଡ଼ି ଆସେ ମୁଁ ମା' ହିଁ ଯେ ମୋ ଠାକୁର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics