STORYMIRROR

MADHU MITA

Inspirational

4  

MADHU MITA

Inspirational

ଖାଣ୍ଟି ଓଡ଼ିଆ ସନେଟ୍

ଖାଣ୍ଟି ଓଡ଼ିଆ ସନେଟ୍

1 min
20


ଯେତେ ଥାଉ ପଛେ ଭାଷା ଏ ଦେଶର ଆଦ୍ୟ ଭାଷା ଅଟେ ମୋ ଓଡ଼ିଆ…!

ଯେତେ ଥିଲେ ଥାଉ ସୁନ୍ଦର ରାଇଜ ମୋ ପାଇଁ ମୋ ଓଡ଼ିଶା ବଢିଆ…!!

ଯେତେ ଥାଉ ପଛେ ସୁଆଦିଆ ଖାଦ୍ୟ ମୋ ପଖାଳ ପରି ହବ କିଏ…!

ଯେତେ ଥିଲେ ଥାଉ ନାଚ ଦୁନିଆରେ ଓଡ଼ିଶୀ ନାଚ ହିଁ ମନ ଛୁଏଁ…!!


ଯେତେ ଥାଉ ପଛେ କଳା ଭାସ୍କର୍ଯ୍ୟ କୋଣାର୍କ ସମ କିଛି ନାହିଁ…!

ଯେତେ ଥିଲେ ଥାଉ ବଳିଦାନ କିନ୍ତୁ ଧରମା ପରି ତ କେହି ନାହିଁ…!!

ଯେତେ ଥିଲେ ପଛେ ବୁଦ୍ଧିଜନ ମଧୁ ବାରିଷ୍ଟର ପରି କିଏ ହେବ…!

ଯେତେ ରାଜା ଥିଲେ ଥାଆନ୍ତୁ ଜଗତେ ସର୍ବାଗ୍ରେ ମୋ କୃଷ୍ଣଚନ୍ଦ୍ର ଦେବ…!!


ଯେତେ କବି ଥିଲେ କି ହେବ ମହୀରେ ଗୋପବନ୍ଧୁ ହିଁ ଉତ୍କଳମଣି…!

ଯେତେ ଥାନ୍ତୁ ଗର୍ବ ମଧୁସୂଦନ ଗୌରବ ଉତ୍କଳର ଯିଏ ମଥାର ମଣି…!!

ଯେତେ ଥାନ୍ତୁ ମହିୟସୀ ନାରୀ କିନ୍ତୁ କୁନ୍ତଳା ସରୋଜିନୀ ଭିନ୍ନ ସତେ…!

ଯେତେ ଥାନ୍ତୁ ନାରୀ ଅଗ୍ରଣୀ ପୁରୋଧା ରମାଦେବୀ ପୁଜନୀୟା କେତେ…!!


ଯେତେ ମିଠା ଥାଉ କି ହେବ କୁହ ତ ରସୋଗଲା ପରି କିଏ ହେବ…!!

କି ଗୁଣ ଗାଇବା ଓଡ଼ିଆର କୁହ କାଳିଆ ସାନ୍ତ ତ ଆମ ଦେବ….!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational