ଅନାବିଳ ସ୍ନେହ
ଅନାବିଳ ସ୍ନେହ
ସାରା ଦୁନିଆଁରେ ଯେତେ ସ୍ନେହ ଅଛି
ଅନର୍ଘ ମା'ର ସ୍ନେହ
ମନ ଅନୂସୂୟ ସର୍ବଦା ଅଭୟ
ସାଦରେ ପୋଛେ ସେ ଲୁହ ।
ଅବ୍ୟର୍ଥ ହୁଏନା ସନ୍ତାନ କାମନା
ଆଶିଷ ଦିଅଇ ଢାଳି
ଅଶ୍ରୁପାତ କରେ ଈଶ୍ଵର ନିକଟେ
ଯୋଡି ନିବେଦନ ଅଳି ।
ଭୀମା ରୂପ ସାଜେ ଆସନ୍ନ ବିପଦେ
ବଜାଇ ଦୁନ୍ଦୁଭି ଧ୍ୱନି
ନିଃସ୍ୱାର୍ଥପରତା ଜୀବନ ବିତଇ
ଢାଙ୍କି ରଖି ଥାଏ କାନି ।
ସୁଖ ଶାନ୍ତି ତ୍ୟାଗୀ ଅଧା ପେଟ ଖାଇ
ସଭିଙ୍କୁ ଆପଣା ଭାବେ
ତ୍ୟାଗର ମୂର୍ତ୍ତି ସେ ଶାନ୍ତି ପ୍ରଦାୟିନୀ
ତା ପରି ନାହିଁ କେ ଭବେ ।
ଅନ୍ୟ ପାଇଁ ବଞ୍ଚି ଅବିରତ ଚଳେ
ଦେବାକୁ ମୁହଁରେ ଖୁସି
ସେହି ମା' ପାଦେ ଶତ କୋଟି ନମଃ
ନକର ତାହାକୁ ଦୋଷୀ ।
