STORYMIRROR

Prabhati Mahapatra

Inspirational Children

3  

Prabhati Mahapatra

Inspirational Children

ଅମୃତ ବନ୍ଧନ ରାକ୍ଷୀ

ଅମୃତ ବନ୍ଧନ ରାକ୍ଷୀ

1 min
214


ସୁନେଲି ଡୋରିରେ ରୂପେଲି ମନଟା

ଯାଇଛି ଆଜି ଲୋ ଲାଖି

ଅମୃତ ବନ୍ଧନେ  କିଏ ବାନ୍ଧି ଦେଲା 

ଜୀବନଟା ଏଠି ଯୋଖି ।


ପୁରାଣେ ଶୁଣିଛି  ଜଗା ବଳିଆଙ୍କ

ଅଛନ୍ତି ହଳଦୀ ମୁହୀଁ

ଗହ୍ମା ପୁନେଇକୁ  ଚାହିଁ ବସି ଥାଏ

ରାକ୍ଷୀ ବାନ୍ଧିବ ଲୋ ଯାଇ


 ଯିଏ ଯାହା କହୁ  ପଛକୁ ପକାଇ

ଭୁଲିଯାନ୍ତି ଅଭିମାନ

ଏମିତି ପରବ  ଦେଖିଛ କାହିଁ ଲୋ

ଭାଇ ଭଗ୍ନୀ ଏକ ମନ ।


ଧୂଳି ଖେଳ ଠାରୁ  ବାହାଘର ଯାଏ

ଭାଇ ଭଉଣୀକୁ ଦେଖେ

ଆଖି ତଳୁ ଟିକେ ଅଲଗା ହୋଇଲେ

ଭାଇ ଥାଏ ଅତି ଦୁଃଖେ ।


ସୂତା ଖଣ୍ଡେ ନୁହେଁ ଏଇ ରାକ୍ଷୀ ଡୋରି

ସୁରକ୍ଷା କବଚ ପରି

ସତେ ଅମା ରାତେ  ଜହ୍ନର ପ୍ରକାଶ

ଭାଗ୍ୟରେ ଆସିଛି ଫେରି ।


ଆଶିଷ ଥାଳିକୁ   ସଜାଡି ଭଉଣୀ

ଚାହିଁ ଥାଏ ଭାଇ ରାହା

ହାତେ ବାନ୍ଧି ରାକ୍ଷୀ ବଚନ ଦେବ ଲୋ

ସବୁବେଳେ ଥିବ ସାହା ।


ଫୁଲଝରି ପରି   ଆନନ୍ଦ ଲହରି

ଉଛୁଳି ପଡଇ ଆଜି

ରାକ୍ଷୀ ପରବରେ  ଗରବ କରିବା

ସଂସ୍କୃତି ସ୍ମୃତିରେ ଭିଜି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational