Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ଶାନ୍ତି ମୈତ୍ରୀ ସଂଗୀତ

ଶାନ୍ତି ମୈତ୍ରୀ ସଂଗୀତ

1 min
177



ସାରା ଦେଶେ ମୋର ଆନନ୍ଦ ଉଲ୍ଲାସ

ପତାକା ଉଡୁଛି ଭାଇ

ଅମୃତ ଦିବସେ ମନର ହରଷେ

ଏଇ ମନ ଯାଏ ଗାଇ ।

ଏଇ ମନ .....

କିଏ ବୋଲେ ଆଜି ବନ୍ଦେ ମାତରଂ

କିଏ ବୋଲେ ଜୟ ହିନ୍ଦ୍

ଆମେ ଭାରତୀୟ ଏକାଠି ହେବାରେ

ପାଦ ନହେଉରେ ବନ୍ଦୀ ।

ଶାନ୍ତି ମୈତ୍ରୀ ଭାବ ହୃଦୟେ ରଖିବା

ବୋଲି ଭାରତର ଗାଥା

ଚାଲି ଯାଇଛି ସେ ଫିରିଙ୍ଗି କ୍ରୁରତା

ମନରେ ନରଖ ବ୍ୟଥା ।

ପଞ୍ଚସ୍ତରୀ ବର୍ଷ ବିତି ଗଲା ବନ୍ଧୁ

ସ୍ବାଧୀନ ଆମ ଭାରତ

ରଖିବା ତା ଟେକ ରଖିବା ତା ମାନ

ଭାବିବା ତା ପାଇଁ ହିତ ।

ଭାବିବା ....

ପ୍ରୀତି ଭାବ ଥିଲେ ଏକ ଘାଟେ ପାଣି

ପିଉ ଥାଏ ବାଘ ଛେଳି

ଆମେ ତ ମାନବ ଜୀବନ ଧରିଛେ

କାହିଁକି ବସିବା ଭାଳି ।

ଯେଉଁ ଠାରେ ମା' ଦେଶ ସେବା ପାଇଁ

ଟେକି ଦିଏ ତା ସନ୍ତାନ

ଅମୃତମୟ ତା  ସେନେହ ପସରା

ପରିଚୟେ ନାହିଁ ଧ୍ୟାନ ।

ପରିଚୟେ ......

ଭୁଲି ଜାତିଆଣ  ହୋଇ ଏକ ପ୍ରାଣ

ଝଣ୍ଡା ତଳେ ହେବା ନତ

ଏକ ସ୍ବରେ ମିଳି  ଗାଇବା ଚାଲରେ

ଦେଶ ପାଇଁ ମିଠା ଗୀତ ।

ଦେଶ ପାଇଁ .....।



Rate this content
Log in

Similar oriya poem from Inspirational