ବନ୍ଧୁ
ବନ୍ଧୁ


ଭାବି ଥିଲି ବନ୍ଧୁ ସିନ୍ଧୁ ଠାରୁ ବେଶୀ
ତୁମକୁ ହୃଦୟେ ରଖି
ତୁମ ପଥ ଚାହିଁ ମୋର ଦୁଇ ଆଖି
ଗଲାଣି ନୀରବେ ଶୁଖି ।
ବିଶ୍ଵାସ ଅନଳେ ଡେଇଁ ଥିଲି ବନ୍ଧୁ
ତୁମରି ସ୍ନେହକୁ ପାଇ
ବନ୍ଧୁତ୍ବ ଦିବସ ଆସିଛି ସିନା ହେ
ତୁମର ତ ଦେଖା ନାହିଁ ।
ଖୋଲା ରଖିଛି ମୁଁ ମନ ବାତାୟନ
ଧର୍ଯ୍ୟ ଗବାକ୍ଷରେ ଛିଡ଼ା
ଫେରି ଆସ ବନ୍ଧୁ ଅଳସୀ ସଂଧ୍ୟାରେ
ଦିଅ ନାହିଁ ଆଉ ପୀଡ଼ା ।