STORYMIRROR

Yudhisthira Lenka

Inspirational

5  

Yudhisthira Lenka

Inspirational

ପରମେଶ୍ବରଙ୍କ ପାଦେ

ପରମେଶ୍ବରଙ୍କ ପାଦେ

1 min
775

ହେ ପରମେଶ୍ବର କେଉଁଠି ତୋ ଘର

ଖୋଜୁଛି ମୁଁ ଦିନରାତି

ମୁହିଁ ତ ଅଧମ ପାଇ ନପାରୁଛି

ସଂସାରେ ଯାଇଛି ମାତି ।।୧।।


କସ୍ତୁରୀ ମୃଗଟି କସ୍ତୁରୀ ଖୋଜଇ

ତା ସୁବାଷେ ହୋଇ ମୁଗ୍ଧ

ମୁହିଁ ସେହିପରି ଖୋଜଇ ତୁମକୁ

ସଂସାରେ ହୋଇଣ ଦଗ୍ଧ ।।୨।।


ବିଚିତ୍ର ସଂସାର କରିଛୁ ଈଶ୍ବର

ପୁରୁଷ ପ୍ରକୃତି ଖେଳ

ଆପେ ନବୁଝିଲେ ବୁଝାଇବ କିଏ

ଅଦ୍ଭୁତ ତାହାର ମେଳ ।।୩।।


ବୁଢିଆଣୀ ଜାଲ ବିଛାଇ ଯେପରି

କରିଥାଏ ଅବସ୍ଥାନ

ତୁହି ସେହିପରି ସମସ୍ତ ଭୂତରେ

କରିଅଛୁ ବାସସ୍ଥାନ ।।୪।।


ତୁମର ମୋହର ଅନାଦି କାଳରୁ

ନିରବଚ୍ଛିନ୍ନ ସମ୍ପର୍କ

ଆମ ସମ୍ପର୍କର ସଜ୍ଞା ମୁଁ ଭୁଲିଛି

ହରାଇ ନିଜ ବିବେକ ।।୫।।


ସ୍ୱରୂପ ମୋହର ସାବଧାନ କରେ

ସ୍ୱଗୃହେ କର ପ୍ରସ୍ଥାନ

ଭଡାଘରେ ଆଉ ବେଶିଦିନ ରହି

ହୁଅନାହିଁ ହୀନିମାନ ।।୬।।


ଜାଗିବି କିପରି ଜଗାଇବ କିଏ

ପଡି ମୁହିଁ ଏହି ଦ୍ୱନ୍ଦେ

ଉଦ୍ଧାର ହେ ପ୍ରଭୁ ଅସହାୟ ହୋଇ

ଶରଣ ଯାଉଛି ପାଦେ ।।୭।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational