STORYMIRROR

Yudhisthira Lenka

Action Inspirational

3  

Yudhisthira Lenka

Action Inspirational

ଡର

ଡର

1 min
571

ଡରକୁ ଡରନା ଡରକୁ ଡରନା

ଡର ଡରାଇବ ଡରିଗଲେ ସିନା ।।୧।।


ଡରକୁ ନଡରି ଆଗକୁ ବଢିବା

କିଛି ନୂଆ କରି ଆମେ ଦେଖାଇବା ।।୨।।


କରିବାର ଇଚ୍ଛା ଥାଏ ଯଦି ଦୃଢ

ଡରକୁ ଡରିବା ଅଟଇଟି ମୂଢ ।।୩।।


ଆଗକୁ ବଢିବା ପାଇଁ ଯଦି ଇଚ୍ଛା

ଡରକୁ ଦେଖାଅ ଆଖିକୁ ତେରଛା ।।୪।।


ଡର ବାସ କରେ ମଣିଷ ମନରେ

ଆଡା ଜମେଇ ରହେ ଅନାୟାସରେ ।।୫।।


ଡରକୁ ନଡରି ଆଗକୁ ଯେ ବଢେ

ସଫଳତା ଶିଡି ତା ପାଦରେ ଚଢେ ।।୬।।


ସଫଳତା ଦିଗେ ଜୀବନର ପଥ

ଯନ୍ତ୍ରଣାରେ କଣ୍ଟକିତ ଜର୍ଜରିତ ।।୭।।


ଫାଇଦା ନିଅଇ ଏଥିରେ ସେ ଡର

ପଛଘୁଞ୍ଚା ପାଇଁ ଡରାଏ ସତ୍ତ୍ୱର ।।୮।।


ଡର ବନାଏଟି ଆମ କମଜୋର

କମଜୋରିରେ ସେ ରହେ କରି ଘର ।।୯।।


ଦେଖାଇଲେ ନିଜ ନିଜର କୌଶଳ

ଡର ରହେ ଦୂରେ ହୋଇଣ ଦୁର୍ବଳ ।।୧୦।।


କମଜୋରିକୁ ଆମେ ତାକତ ବନାଇ

ଡରକୁ ସହଜେ ଦେବା ଘଉଡ଼ାଇ ।।୧୧।।


ଡର ସାଥେ ଖେଳ ନିଡର ହୋଇକି

ସଫଳତା ସ୍ପର୍ଶ ପାଇବା ପାଇଁକି ।।୧୨।।


ଡରର ନଥାଏ କୌଣସି ଠିକଣା

ତେଣୁ କରଇ ସେ ଆମ ବାଟବଣା ।।୧୩।।


କୌଶଳେ ଆୟତ୍ତ କରଇ ଆମକୁ

ତାର ଭୟେ ଆମେ ନଯାଉ ଆଗକୁ ।।୧୪।।


ଡରଟି ଅଟଇ ଭାବପ୍ରବଣତା

ଅବଲୁପ୍ତ କର ଏହାକରି ଚିନ୍ତା ।।୧୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action