STORYMIRROR

ଅନିଲ କୁମାର ଲେଙ୍କା

Action Inspirational

4  

ଅନିଲ କୁମାର ଲେଙ୍କା

Action Inspirational

ସ୍ବାର୍ଥପର

ସ୍ବାର୍ଥପର

1 min
358


ସ୍ବାର୍ଥପର ଏହି ଦୂନିଆ ଦାଣ୍ଡରେ  

   ସ୍ବାର୍ଥରେ ସବୁ ମଣିଷ

ସ୍ବାର୍ଥ ସରିଗଲେ ଦେଖା ମିଳେନାହିଁ 

   ବିଶ୍ୱାସେ ଦିଅନ୍ତି ବିଷ ।।


ମୁଖାପିନ୍ଧା ସବୁ ଲୋକଙ୍କର ଏଠି 

   ପତିଆରା ବେଶୀ ଆଜି

ଲୁଟନ୍ତି ନିରୀହ ଜନଙ୍କୁ ସେମାନେ 

   ରାତି ଛାରପୋକ ସାଜି ।।


ଛଳନା ହାଟରେ ଷଡଯନ୍ତ୍ର ରଚି  

   ଖୁସି ହୁଏ ନିଜ ଲୋକ

ସ୍ବାର୍ଥପର ପଣେ ମେଣ୍ଟାଇ ଦିଅଇ

  ମନ ଆକ୍ରୋଶର ଭୋକ ।।


ନିଜ ସ୍ବାର୍ଥେ ଅନ୍ଧ ମାନବ ସମାଜେ  

   ଚଳିବା ହେଉଛି କଷ୍ଟ 

ସଭେଁ ବ୍ୟସ୍ତ ଆଜି ନିଜ ସ୍ବାର୍ଥପାଇଁ 

   ବିବେକ ହେଲାଣି ନଷ୍ଟ ।।


ମହତ ଜନ ଯେ ପୂଣ୍ୟ କରିଥାନ୍ତି  

    ପର ଉପକାର କରି

ସ୍ବାର୍ଥାନ୍ଧ ଜନତା କ୍ରୁର ଆଚରଣେ  

    କ୍ଷତି କରନ୍ତି ସବୁରି ।।


କ୍ଷମତା ସମ୍ପଦେ ହୋଇ ମଦମତ୍ତ  

   ଭୁଲନ୍ତି ଆପଣା ପର

ସ୍ବାର୍ଥୀ ଅହଙ୍କାରୀ ନିର୍ଦ୍ଦୟ ମାନବ 

   ସଭିଙ୍କୁ ଭାବନ୍ତି ଛାର ।।


ଅଢେଇ ଦିନକୁ ଲଭିଛେ ଜୀବନ  

   ସ୍ବାର୍ଥପର ହେବା କିଆଁ 

ନିସ୍ବାର୍ଥ ଭାବରେ କାମ କରିଗଲେ 

  ବିଧାତା ହୋଇବେ ସାହା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action