STORYMIRROR

ଅନିଲ କୁମାର ଲେଙ୍କା

Abstract Fantasy

3  

ଅନିଲ କୁମାର ଲେଙ୍କା

Abstract Fantasy

ହୋଲି

ହୋଲି

1 min
265


ଫଗୁଣ ରଙ୍ଗରେ ଧୋଇ ଦେବା ଆଜି

    ଯେତେ ସବୁ ଅପମାନ 

ପ୍ରେମର ଅବିରେ ପୋଛି ଦେବା ମନୁ 

    ଯାହା ମାନ ଅଭିମାନ ।।


ହୋଲିର ପାର୍ବଣେ ହୃଦେ ଭରି ଯାଉ

   ହସର ମହା ମେଳଣ

ଫଗୁର ଶ୍ରାବଣେ ସୁଖ ରଙ୍ଗ ବର୍ଷୁ

   ଖୁସିକୁ କରି ଛଗୁଣ ।।


ଜୀବନର ଯେତେ କଳଙ୍କ ଅଧ୍ୟାୟ

   ଲିଭିଯାଉ ଫଗୁ ରଙ୍ଗେ

ରାଗ ଋଷା ଭୂଲି ବୋଳିହେବା ରଙ୍ଗ 

   ଫଗୁର ପିରତି ସଙ୍ଗେ ।।


ଶାନ୍ତି ମୈତ୍ରୀ ପ୍ରୀତି ବାଣ୍ଟିଦେବା ବନ୍ଧୁ 

    ହେଲିର ପବିତ୍ର କ୍ଷଣେ

ଭେଦ ଭାବ ଆଉ ରଖିବାନି କେବେ

    ଭ୍ରାତୃଭାବ ଥାଉ ପ୍ରାଣେ ।।


ହୋଲିକା ଦହନ ହୋଲିରେ ଜାଳିବା

    ସତ୍ୟ ଧର୍ମ ରକ୍ଷା ପାଇଁ 

ଗର୍ବ ଅହଂକାର ତା ସାଥେ ପୋଡିବା

   ମନରେ ସ୍ବଚ୍ଛତା ନେଇ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract