STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

1 min
184

  ତୁମେ ଅନାଦି

    ତୁମେ ଅନନ୍ତ

 ତୁମେ ଜଗତ ନାଥ 

    ତୁମେ ଜଗନ୍ନାଥ

   ନାହିଁ ତୁମ ଆଦି

      ନାହିଁ ତବ ଅନ୍ତ

   ତୁମ ହସ୍ତ ଜଗନ୍ନାଥ

      ତୁମ ପଦ ଜଗନ୍ନାଥ

   ତୁମ ଭକ୍ତି ଜଗନ୍ନାଥ

      ତୁମ ଭକ୍ତ ଜଗନ୍ନାଥ

   ଜଗନ୍ନାଥମୟ 

      ଏ ବିଶ୍ଵ ଜଗତ

   ତୁମ ରଥ ଜଗନ୍ନାଥ

     ତୁମ ପଥ ଜଗନ୍ନାଥ ।

    ତୁମ ଶରଧାବାଲି

      ତୁମ କୋଇଲି ବୈକୁଣ୍ଠ

   ତୁମ ଆନନ୍ଦ ବଜାର

     ତୁମ ବାଇଶି ପାହାଚ

   ତୁମ ପତିତପାବନ 

        ବାନା ଜଗନ୍ନାଥ

   ତୁମ ରଥ ଜଗନ୍ନାଥ

       ତୁମ ପଥ ଜଗନ୍ନାଥ।

   ହେ କଳା ଠାକୁର

       କାଳିଆ ସାଆନ୍ତ

    ତୁମ ପାଇଁ ପରା 

         ଏ ସାରା ଜଗତ

   ତୁମ ମହୋଦଧି

      ତୁମ ସ୍ଵର୍ଗ ଦ୍ଵାର

    ଭକ୍ତି ଓ ମୁକ୍ତିରେ ପୁରିତ

  ତୁମ ରଥ ଜଗନ୍ନାଥ

     ତୁମ ପଥ ଜଗନ୍ନାଥ ।

  ତୁମ ବଡ଼ଦାଣ୍ଡ ଜଗନ୍ନାଥ

    ତୁମ ବଡ ଭୋଗ ଜଗନ୍ନାଥ

  ତୁମ ଭକ୍ତି ଓ ମୁକ୍ତିର

        ମାର୍ଗ ଜଗନ୍ନାଥ

  ତୁମ ଟଙ୍କ ତୋରାଣି

   ତୁମ ନିର୍ମାଲ୍ୟ

      ତୁମ କୈବଲ୍ୟ

   ସର୍ବ ସ୍ଥଳେ ତବ ଉପସ୍ଥିତି

     ହୁଏ ଅନୁଭୂତ

   ହେ ଜଗନ୍ନାଥ

     ହେ ଜଗନ୍ନାଥ

   ତୁମ ରଥ ଜଗନ୍ନାଥ

     ତୁମ ପଥ ଜଗନ୍ନାଥ ।

   ନନ୍ଦିଘୋଷ, ତାଳଧ୍ଵଜ ଓ

      ଦର୍ପଦଳନ

     ସବୁ ରଥର

   ତୁମେ ହିଁ ଆଦି ଅନ୍ତ

  ସର୍ବ ରଥର ରଥାଧିପତି

   ତୁମେ ହିଁ ରଥ ପଥ ଜଗନ୍ନାଥ 

    ତୁମେ ଭାବ, ତୁମେ ଭକ୍ତି,

      ତୁମେ ଭକ୍ତ 

   ତୁମେ ଧନ, ତୁମେ ଜନ

    ତୁମେ ଗୋପ, ତୁମେ ରୂପ

   ତୁମେ ଗୋପ ଗୋପୀନାଥ

   ତୁମ ରଥ ପଥ 

        ସବୁ ଜଗନ୍ନାଥ ।

   ତୁମ ରୋଷଘର,

      ତୁମ ପୁଷ୍କରିଣୀ

    ତୁମ ମେଘନାଦ ପାଚେରୀ

    ତୁମ ତେତିଶ କୋଟି

       ଦେବାଦେବୀ

     ସର୍ବ ରୀତି ନୀତି,

      ଭିତ୍ତିଭୂମି, ନିର୍ମାଣ

    ସର୍ବ କ୍ରିୟା କଳାପ 

    ହୋଇଛି ତୁମ ଦ୍ଵାରା ନିର୍ମିତ

     ଯାହା ମୁଁ ଦେଖଇ, 

     ଯାହା ଭୁଞ୍ଜଇ 

       ଚଉଦିଗେ ମୋ'ର

     ସବୁର ନିର୍ମାତା

      ସବୁର ଅଟ ତୁମେ ଅଧିଶ୍ଵର

    ତୁମ ନାମ, ତୁମ ଧାମ, 

     ତୁମ କର୍ମ ସବୁ

       ତୁମେ ଜଗନ୍ନାଥ

    ହେ ଜଗନ୍ନାଥ

      ହେ ଜଗନ୍ନାଥ

    ତୁମ ରଥ ପଥ

       ସବୁ ଜଗନ୍ନାଥ ।

   ହେ କାଳିଆ ହାତୀ

     ହେ କଳା ସାଆନ୍ତ

    ଭକତ ଭାବରେ

   ତୁମେ ହୁଅ ଯେ ମୋହିତ

   ଏ ମାୟା ସଂସାର

     ତୁମ ଦ୍ଵାରା ଯେ ରଚିତ

    ପ୍ରାଣୀଙ୍କ ଆରତ

     ତୁମେ ହିଁ ଫେଡତ

   ତୁମ ଭକ୍ତି ବଳେ

   ଭକ୍ତ ମୋକ୍ଷ ଲଭେ ତ

   ସର୍ବ କ୍ଷେତ୍ରେ, ସର୍ବ କର୍ମେ

    ପତିତ ଜନ ହୁଅନ୍ତି

    ତୁମରି ଆଶ୍ରିତ

  ଧନ, ଜନ, ମାନ

    ଆପଦ, ବିପଦ, ସମ୍ପଦ

   ସବୁର ତୁମେ ଗତି ମୁକ୍ତି ପଥ

   ଆହେ ଜଗନ୍ନାଥ

    ଆହେ ଜଗନ୍ନାଥ

  ତୁମେ ମୁକ୍ତିର ପଥ, ଭକ୍ତିର ପଥ

    ତୁମେ ଶାନ୍ତିର

  ଭକ୍ତ ମନର ତୁମେ ମନୋରଥ

   ଆହେ ଜଗନ୍ନାଥ

    ଆହେ ଜଗନ୍ନାଥ

   ତୁମ ରଥ ପଥ

      ସବୁ ଜଗନ୍ନାଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract