STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ସ୍ଵପ୍ନ କ'ଣ ବାସ୍ତବ ହୋଇବ

ସ୍ଵପ୍ନ କ'ଣ ବାସ୍ତବ ହୋଇବ

1 min
374


  ସ୍ଵପ୍ନ କ'ଣ କେବେ ବାସ୍ତବ ହୋଇବ

   ପ୍ରେମିକା କି କେବେ ସ୍ତ୍ରୀ ହୋଇବ

   ଆଜିର କଥା କାଲିକି ନ ଥିବ

   ମିଥ୍ୟା କି କେବେ ସତ୍ୟ ହୋଇବ 

   ଚାଟୁକାର କି କେବେ ସତ୍ୟ କହିବ

   ସ୍ଵପ୍ନ କ'ଣ କେବେ ବାସ୍ତବ ହୋଇବ ?


   ଗାଁ କ'ଣ କେବେ ସହର ହୋଇବ

   କେରାଣ୍ଡି କି କେବେ ଭାକୁର ହୋଇବ

   ମୃତ କି କେବେ ଜୀବନ୍ତ ହୋଇବ

  ପାପୀ କି କେବେ ସାଧୁ ହୋଇବ

  ଜନ୍ମ କି କେବେ ମୃତ୍ୟୁ ହୋଇବ

  ସ୍ଵପ୍ନ କ'ଣ କେବେ ବାସ୍ତବ ହୋଇବ ?

   

  ଆଲୋକ କି କେବେ ଅନ୍ଧାର ହୋଇବ

  ପର କି କେବେ ନିଜର ହୋଇବ

 ହିଂସା କି କେବେ ଅହିଂସା ହୋଇଵ

  ଦୁର୍ଗନ୍ଧ କି କେବେ ସୁଗନ୍ଧ ହୋଇବ

  ଦୁର୍ନୀତି କି କେବେ ସୁନୀତି ହୋଇବ

‌ ସ୍ଵପ୍ନ କ'ଣ କେବେ ବାସ୍ତବ ହୋଇବ ?


  ପୁଅ କ'ଣ କେବେ ବାପ ମନ ବୁଝିବ

   ପୁତ୍ ନାମକ ନର୍କୁ କି ବାପକୁ ଉଦ୍ଧରିବ

   ସତ୍ୟ କି କେବେ ଅସତ୍ୟ ହୋଇବ

  ନ୍ୟାୟ କି କେବେ ଅନ୍ୟାୟ ହୋଇବ

    ଧର୍ମ କି କେବେ ଅଧର୍ମ ହୋଇବ 

   ସ୍ଵପ୍ନ କ'ଣ କେବେ ବାସ୍ତବ ହୋଇବ ?


   ଉଦୟ ସ୍ଥାନ କି ଅସ୍ତ ଯେ ନେବ

   ଗୋଡ ର ସ୍ଥାନ ହସ୍ତ କି ନେବ

    ମାଆ ସ୍ଥାନ କିବା ସ୍ତ୍ରୀ ନେଇ ପାରିବ

   ସତ୍ୟବାଦୀ ଙ୍କ ସ୍ଥାନ କି କୂଟ କପଟୀ ନେବ

    ଲାଞ୍ଚୁଆ ମିଛୁଆ ତୋଷାମଦିଆ କି

     ନ୍ୟାୟ ଧର୍ମ ପଥେ ଚାଲି ପାରିବ

   ସ୍ଵପ୍ନ କ'ଣ କେବେ ବାସ୍ତବ ହୋଇବ

    ଅଧର୍ମୀ କି କେବେ ଧର୍ମ ପଥେ ଚଳିବ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract