ପୁଞ୍ଜିବାଦର ପନ୍ଝା ତଳେ
ପୁଞ୍ଜିବାଦର ପନ୍ଝା ତଳେ


ପୁଞ୍ଜିବାଦ ର ପନ୍ଝା ତଳେ
ଛଟପଟ ଏବେ ସାମ୍ୟବାଦ
ନାହିଁ ଅସ୍ତିତ୍ବ ମିତ୍ରତା ର
ପଙ୍ଗୁ ପ୍ରାୟ ମାନବ ବାଦ।
ମୁଁ ନୁହେଁ କି ତୁମେ ନୁହଁ
ସାମ୍ୟବାଦୀ ଏବେ ବନ୍ଦୀ ପ୍ରାୟ
ସତ୍ୟ ମିଥ୍ୟା ର ବିଭୀଷିକା ମଧ୍ୟେ
ମାର୍କସ ଏଞ୍ଜଏଲ୍ସ ଙ୍କ ଆଦର୍ଶ ପ୍ରାୟ।
ଗଣତନ୍ତ୍ର ନାମେ
ପୁଞ୍ଜିବାଦ ଏବେ ଚରମ ସୀମାରେ
ଯୁଦ୍ଧ ହିଂସା ଦ୍ଵେଷ ଈର୍ଷା କବଳେ
ପ୍ରତିଯୋଗିତା ର ନାହିଁ ତ ସୀମାରେ
ପୁଞ୍ଜିପତି ଏବେ ପୁଞ୍ଜି ର ଗଦିରେ
ସର୍ବହରା ଏବେ ନ ପାରେ କାନ୍ଦିରେ
କରନ୍ତି କାୟା ବିସ୍ତାର
ସାମନ୍ତବାଦ ସାମ୍ରାଜ୍ୟବାଦ
ସମ୍ଭ୍ରାନ୍ତ ବାଦ
ଦରିଦ୍ର ଶୋଷିତ ଆଜି କ୍ରନ୍ଦନ କରନ୍ତି
ବଞ୍ଚିବା ପାଇଁ ହୋଇ ବିକଳେ
ଜୀବନ ଜୀବିକା ପାଇଁ ଯୁଝନ୍ତି ଶୋଷିତ
ଶାସକ ଶୋଷକ ଶ୍ରେଣୀ ଙ୍କ ଚାପରେ
ପୁଞ୍ଜିବାଦ ର ପନ୍ଝା ତଳେ
ଛଟପଟ ଏବେ ସାମ୍ୟବାଦ
ନାହିଁ ଅସ୍ତିତ୍ବ ମିତ୍ରତା ର
ପଙ୍ଗୁ ପ୍ରାୟ ମାନବ ବାଦ ।
ଗାନ୍ଧୀବାଦ ଆଜି କବର୍ ତଳେ
ମାନବ ବାଦ ଆଜି ରସା ତଳେ
ମାର୍କସ ବାଦ ଲେନିନ୍ ବାଦ
ଭୁଲୁଣ୍ଠିତ ଆଜି ସର୍ବହରା ଶ୍ରେଣୀ
ମାଟି ମାଆ ପାଇଁ ଶ୍ରମିକ କୃଷକ
ତା'ର ପ୍ରାଣ ତ୍ୟାଗ କରେ
ପୁଞ୍ଜିବାଦ ର ପନ୍ଝା ତଳେ
ଛଟପଟ ଏବେ ସାମ୍ୟବାଦ
ନାହିଁ ଅସ୍ତିତ୍ବ ମିତ୍ରତା ର
ପଙ୍
ଗୁ ପ୍ରାୟ ମାନବ ବାଦ।
ଧର୍ମ ନାମେ କର୍ମ ହୋଇଛି ପଙ୍ଗୁ
ବିଜ୍ଞାନ କୁ ଏବେ ଅଜ୍ଞାନ କରି
ଏ ମଣିଷ ଜାତି ଖାଉଅଛି ଅବା ହେଙ୍ଗୁ
ମୁଁ ମୁଁ ରେ ବଞ୍ଚୁଛି ମଣିଷ
ମଣିଷ ପଣିଆ କୁ କରିଅଛି ଶେଷ
ଗାଁ ଓ ସହରେ ସବୁଠି ରଚୁଛି ଭେଦ
ଶ୍ରେଣୀ ସଂଘର୍ଷ ଏବେ ଚରମ ସୀମାରେ
ଥିବା ନ ଥିବା ମଧ୍ୟେ ଦିନୁଁ ଦିନ ବଢେ
ନାହିଁ ନ ଥିବା ପ୍ରଭେଦ
ପୁଞ୍ଜିବାଦ ର ପନ୍ଝା ତଳେ
ଛଟପଟ ଏବେ ସାମ୍ୟବାଦ
ସାମ୍ୟବାଦୀ ସମାଜବାଦୀ ଙ୍କ ମଧ୍ୟେ
ଦିନୁଁ ଦିନ ବଢେ ଦ୍ଵନ୍ଦ୍ଵ
ନାହିଁ ଅସ୍ତିତ୍ବ ମିତ୍ରତା ର
ପଙ୍ଗୁ ପ୍ରାୟ ମାନବ ବାଦ ।
ପରିବାର ଏବେ ଛାରଖାର
ବିଶ୍ଵ ସମାଜ ନାରଖାର
ଅଣୁ ଅସ୍ତ୍ର ପ୍ରୟୋଗ ପାଇଁ
ସବୁ ରାଷ୍ଟ୍ର ଏବେ ତତ୍ପର
ଶାନ୍ତି ବଦଳେ ଯୁଦ୍ଧ ଚାହାଁନ୍ତି
ଏ ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ଦଳ
ଖଣି ଖାଦାନ ସବୁ ଧ୍ଵଂସ କରି
ସ୍ଥାପନ କରିବାକୁ ଚାହାଁନ୍ତି କୁରୁବଳ
ରାବଣ ଦୁର୍ଯ୍ୟୋଧନ ର ମୁଖାପିନ୍ଧା
ଶାସକ ଶୋଷକ ସାଜି
ଖତମ୍ କରିବାକୁ ଚାହୁଁଛନ୍ତି
ଏ ପୁଞ୍ଜିପତି ଏ ଉଦ୍ୟୋଗଗପତି
ସେଥିପାଇଁ ଆଜି ସମଗ୍ର ବିଶ୍ଵେ
ସାମ୍ୟବାଦ ସମାଜବାଦ
ପୁଞ୍ଜିବାଦ ର ପନ୍ଝା ତଳେ
ଛଟପଟ ଏବେ ସାମ୍ୟବାଦ
ନାହିଁ ଅସ୍ତିତ୍ବ ମିତ୍ରତା ର
ପଙ୍ଗୁ ପ୍ରାୟ ମାନବ ବାଦ ।।