"ସଡକ ସୁରକ୍ଷା ଜୀବନ ରକ୍ଷା"
"ସଡକ ସୁରକ୍ଷା ଜୀବନ ରକ୍ଷା"


ଏ ସମାଜକୁ ଆମେ ମାଗିବା ଭିକ୍ଷା
ବଞ୍ଚାଇ ରଖିବାକୁ ଆମ ଜୀବନ ଜୀବିକା
ପ୍ରଥମେ କହିବା ସଭିଏଁ
ସଡକ ସୁରକ୍ଷା ଜୀବନ ରକ୍ଷା।
ନିଜେ ବଞ୍ଚିବା ସହ ଆମେ
ଅନ୍ୟ କୁ ବଞ୍ଚିବା ପାଇଁ ଦେବା ରେ ଦୀକ୍ଷା
ଏ ଦୁନିଆଁ ରେ ଆମେ ନୁହେଁ ତ ଏକା
ଏ ଜନନୀ ଜନ୍ମଭୂମି ପାଇଁ
ହୋଇଛି ଆମ ପାଇଁ କର୍ତ୍ତବ୍ୟ ଲେଖା
ନିଜେ ବଞ୍ଚିବା ସହ ଅନ୍ୟ ର ଜୀବନକୁ
ଆମେ ସରବେ କରିବା ସମୀକ୍ଷା
ନୀତି ନୈତିକତା ରେ ଆମ ଜୀବନ ଲେଖା
କହିବା ସଭିଙ୍କୁ ସଡକ ସୁରକ୍ଷା ଜୀବନ ରକ୍ଷା ।
ଧନୀ ହେଉ କି ସେ ହେଉ ଗରିବ
ସଡକ ସୁରକ୍ଷା ଯଦି ସେ ନ ମାନିବ
ଅଯଥାରେ ତା'ର ପ୍ରାଣ ହାନି ଘଟିବ
ଦେଖାଇବ ଯଦି ସେ ଧନ ଗରବ
ଅକାଳରେ ତା'ର ମୃତ୍ୟୁ ଘଟିବ
ସେ ମ
ରିବା ସହ ତା ପରିବାର ମାରିବ
ତେଣୁ ସଡକ ସୁରକ୍ଷା ଅଟେ ଜୀବନ ରକ୍ଷା
ଏ କଥା କୁ ତିଳେ ମନେ ହେଜୁଥା ।
ହେ ସଭ୍ୟ ଶିକ୍ଷିତ ଜନ
ପାଳିବ ନିଶ୍ଚେ ତୁମେ
ସଡକ ସୁରକ୍ଷା ର ନୀତି ନିୟମ ମାନ
ସଡକ ସୁରକ୍ଷା ଅଟେ ଜୀବନ ରକ୍ଷା
ଧନୀ ନିର୍ଦ୍ଧନେ ନ କରେ ପରୀକ୍ଷା
ତୁମେ ହୁଅ କି ହୁଏ ଟି ମୁଁ
ପାଳିବା ସଭିଏଁ ସଡକ ସୁରକ୍ଷା ନିୟମ
ବଞ୍ଚିବାର ପଣ ଆମ ହେବ ସୁଗମ
ବଞ୍ଚିଲେ ସିନା ଦେଖିବା ଆମ ଜୀବନ ଜୀବିକା
ତେଣୁ ପାଳିବା ଆମେ ସଭିଏଁ
ଆମ ନୀତି ନିୟମ
କରିବା ଆମ ସ୍ଵଚ୍ଛ କର୍ମ ର ସମୀକ୍ଷା
ପାଳିବା ସରବେ ଆମେ
ସଡକ ସୁରକ୍ଷା ଜୀବନ ରକ୍ଷା।