Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

କବି ଆମେ କବି"

କବି ଆମେ କବି"

1 min
160



   କବି ଆମେ କବି

   ଆମେ ଏ ସମାଜ ର ପ୍ରତିଛବି

   କବିତା ରେ ଆମ ଫୁଟାଇବା ଫୁଲ

   ନ ଥିବା ଲୋକଙ୍କୁ କରିବା ଗେଲ

   ଥିବା ଲୋକଙ୍କୁ ବୁଝାଇବା ସମାଜର ମୂଲ୍ୟ

   ନୀତି ନୈତିକତା ଆଦର୍ଶ ର

   ଆମେ ପରା ଅଟେ ଗୋଟେ ଗୋଟେ ରବି

   କବି ଆମେ କବି ।

   

    ଏ ସୃଷ୍ଟି ର ଆମେ ଦ୍ଵିତୀୟ ଈଶ୍ଵର

   କରିବା ଆସ ଆମେ ସମାଜ ସଂସ୍କାର

    ସାଜିବା ଆସ ବାର୍ତ୍ତାବହ

     ସମାଜ ଓ ସାମାଜିକତାର 

   ଆମେ ଏ ସମାଜ ର ଦ୍ଵିତୀୟ ରବି

   କବି ଆମେ କବି ।

   

   ଦୁଃଖୀ ମଣିଷ ର ଦରଦ ବୁଝିବା

    ଚାଷୀ ମୂଲିଆ ର ହୃଦୟ ବୁଝିବା

    ଶୋଷଣ ତନ୍ତ୍ର ବିରୁଦ୍ଧେ ଯୁଝିବା

     ପୁଞ୍ଜିବାଦ ବିରୁଦ୍ଧେ ଲଢିବା

    ସମାଜବାଦ କୁ ଆମେରେ ଗଢିବା

    ସନ୍ତ୍ରାସବାଦକୁ ବିଲୋପ କରିବା

   ଶ୍ରେଣୀ ସଂଘର୍ଷ କୁ ସମୂଳେ ମାରିବା

    ଆମେ ଗଢିବା ଏ ସମାଜେ

     ମାନବ ବାଦର ବିକଳ୍ପ ଛବି

     କବି ଆମେ କବି ।


    ନାହିଁ ନାହିଁ ର ସଂଘର୍ଷ ମଧ୍ୟେ

    ମରୁଭୂମି ରେ ସବୁଜ ବିପ୍ଲବ କରିବା

   ଅନ୍ଧାରି ମୂଲକରେ

   ଆମେ ଆଲୋକର ଦୀପ ଜାଳିବା

   ସୁନ୍ଦରତମ ପୃଥିବୀ ଗଢିବା

    ମଣିଷ ହୃଦୟ କୁ ପଢିବା

    ମଣିଷ ପଣିଆ କୁ ପଢିବା

    ଭଲ ମନ୍ଦର ବିଚାର କରିବା

    ନ୍ୟାୟ ଅନ୍ୟାୟ ର ବିଚାର କରିବା

   ସବୁ ସଂଘର୍ଷ ର ନୂଆ ରୂପ ଦେଇ

    ଶାନ୍ତି ମୈତ୍ରୀ ଏକତା ର

     ବାର୍ତ୍ତାବହ ସାଜିବା

   ଯୁଦ୍ଧ ହିଂସା ଦ୍ଵେଷ କୁ 

     ସମାଜୁ ହଟାଇ ଦେବା

   ଉଦୟ ହୋଇବା ଆମେ

   ସମାଜେ ହୋଇ ଗୋଟେ ଗୋଟେ

    ନୂଆ ସକାଳର ନୂତନ ରବି

    କବି ଆମେ କବି ।


   ନୂଆ ଚିନ୍ତା ନୂଆ ଚେତନା ନେଇ

   ସଭିଏଁ ଚଳିବା ହୋଇ ଭାଇ ଭାଇ

   ନ ଥିବ ଆମ ମନରେ ଭେଦ

   ନ ଥିବ ଦେଶ ଦେଶ ମଧ୍ୟେ ଦ୍ଵନ୍ଦ୍ଵ ଯୁଦ୍ଧ

   ଅର୍ଥ କ୍ଷମତା ରେ ନ ରଖି ଲୋଭ

    ଦେବା ଉପଦେଶ ବଞ୍ଚରେ ମାନବ

    ଜୀବନ ଜୀବିକା ନାମେ

   ଏ ସମାଜେ ନ ରୁହନ୍ତୁ 

    ଅନ୍ଧ ଭକ୍ତ ଅନ୍ଧ ଭକ୍ତି ର ଲୋଭୀ

    ସମାଜେ ସଂସ୍କାର ଆଣିବା ଆସ

     ସଭିଙ୍କ ମୁଖେ ଫୁଟାଇବା ହସ

    ଆମେ ଏ ସମାଜ ର ପ୍ରଗତି ର

     ଆମେ ଏ ସମାଜ ର ସଂସ୍କାର ର

     ଜଣେ ଜଣେ ସୁନ୍ଦର ପ୍ରତିଛବି

     କବି ଆମେ କବି ।


  

    


Rate this content
Log in

Similar oriya poem from Abstract