ପ୍ରଶ୍ନ ଗୁଚ୍ଛ
ପ୍ରଶ୍ନ ଗୁଚ୍ଛ


ସ୍ୱପ୍ନ ମାନଙ୍କ କ୍ରମାଗତ ଦୌଡ଼ ପଛରେ
କବି ଏବେ ନୟାନ୍ତ
ଦିନରାତି ଏକ କରି ନିଜ ପାଇଁ ପ୍ରସ୍ତୁତ କରିଲେଣି
ନିଜ ଜୀବନଚର୍ଯ୍ୟା ଇସ୍ତାହାର ର ଶହଶହ ପୃଷ୍ଠା
କେତେବେଳେ ପ୍ରଚଣ୍ଡ ଖରାରେ ଭ୍ରମଣ ତ
ପୁଣି କେତେବେଳେ
ଅପରାହ୍ନ'ର ଆତ୍ମୀୟତା ମଧ୍ୟରେ ଗୋଲାପ ବଣ
ପ୍ରଶ୍ନ ତ ଏୟା କବି ଏବେ କେଉଁ କୂଳ'ର !
ଭେଟ ହୁଅନ୍ତା କି କବିଙ୍କୁ
କବିଙ୍କ ଅଜ୍ଞାତ ଇଲାକାରେ
ପଚାରିଦିଅନ୍ତି କେବଳ ଗୋଟଏ ପ୍ରଶ୍ନ
ଏବେ ସ୍ୱପ୍ନ ମୋହ ନା ମାୟା !
ମନେହୁଏ ବେଫିକର୍ ଢ଼ଙ୍ଗରେ କବି ହସିହସି
ପ୍ରତିଉତ୍ତର ଦେବା ପାଇଁ ଆଗ୍ରହ ବଳାନ୍ତି ଏବଂ କୁହନ୍ତି
ମୋ ଅସ୍ତୀତ
୍ୱ ହିଁ ତ ଶୂନ୍ୟତା
ଅନିଚ୍ଛା ମାନଙ୍କ ଗାଢ଼ ଅନ୍ଧାର ମଧ୍ୟରେ
ନୂଆଁ ନୂଆଁ ସ୍ୱପ୍ନ ଏବଂ ସ୍ୱପ୍ନଭଙ୍ଗ
ଏ ତ ମଣିଷ ଜୀବନ
ପାରିବଯଦି ଏଥର କହିପାର
କବି ଏବେ କେଉଁ କୂଳ'ର !
ମୂଁ ତ କହିବି
ଯେଉଁମାନେ ସଂଘକରି ଆସିଥିଲେ
ଧୂ ଧୂ ଖରାବେଳେ,
ଅଝଟ ଶ୍ରାବଣର ବର୍ଷାବେଳେ,
ପହିଲି ସକାଳର ଶୀତ ବେଳେ ଏବଂ
କୃଷ୍ଣଚୁଡ଼ାର ହସିଲା ପଣରେ ଏବେ ସେମାନେ
ଫେରିଲେଣି ନିକଟ ବିଦେଶୀ ପକ୍ଷୀଙ୍କ ଭଳି
ନିଜ ଗୃହ ମଧ୍ୟକୁ !
ଶୂନ୍ୟରେ ଆଭାସ ଆସିଲାଣି
ଜୀବନ ମାନେ ସଂଘର୍ଷ,
ଜୀବନ ମାନେ ହସ,ଲୁହ ଏବଂ
କାନ୍ଦଙ୍କ ଫେଣ୍ଟା ଫେଣ୍ଟି !