STORYMIRROR

Krushna Chandra Dakua

Others

4  

Krushna Chandra Dakua

Others

ଅନ୍ତଃଦହନ

ଅନ୍ତଃଦହନ

1 min
221

ବେଳେ ବେଳେ ଇଚ୍ଛା ହୁଏ

ତୁମ ଦେଖା ମିଳିଲେ

ନିଶ୍ଚେ ମନ ଖୋଲି 

ଭରପୂର ତୁମକୁ ଗାଳି ଦିଅନ୍ତି 

କାରଣ 

ବହୁ ଦିନରୁ ସାଇତି ରଖିଥିବା

ନିନ୍ଦା ଅପମାନ ସମ୍ମାନ ଅସମ୍ମାନ

ସବୁ ଆଜି ଯେମିତି ମନେ ମନେ

କଥା ବାର୍ତା ହେଲେଣି

ଜୀବନ ସହ 

ଖେଳ ଖେଳିଥିବା ଖେଳାଳୀଙ୍କୁ

ମନ ଖୋଲି ଅର୍ନଗଳ 

କ୍ଷତାକ୍ତ ଅତୀତ ବର୍ଣ୍ଣନା କରିବା ପାଇଁ

ସତରେ ସାଇତା ଶବ୍ଦ ସବୁ ବ୍ୟସ୍ତ ବିବ୍ରତ 

ଦିନେ ତୁମେ ମୋ ସହ ନୁହେଁ

ବରଂ ଓଡ଼ିଆ ଭାଷା ସାହିତ୍ୟକୁ 

ଭଲ ପାଉଥିବା ନିରୀହ 

ନିସ୍ ପାପଙ୍କ ସହ ଖେଳ ଖେଳି ଥିଲ 

ହେଲେ ପାଇଲ କଣ ?

କେବେଳ ନିନ୍ଦା ଅପମାନ !

ଯାହାବି ହେଉ 

ମୁଁ ତ ତୁମକୁ ସେହି ଦିନ ଠାରୁ 

ଭଲପାଇ ବସିଛି

ଯେମିତିକି ତୁମେ ମୋ 

ସୟନେ ସପନେ ଜାଗରଣେ 

ୟେ କି ସମ୍ମେ।ହନ ଥାଏ

ତୁମ ରୁପ ଯୌବନର ସୌନ୍ଦୋର୍ଯ୍ୟରେ 

ତାହା ଅସ୍ପଷ୍ଟ 

କିନ୍ତୁ ତୁମକୁ ମୁଁ ଭଲପାଇ ବସିଛି

ସାରା ଜୀବନ ତୁମକୁ ସାଥିରେ ରଖିବା ପାଇଁ

ୟେ ତ ମୋ ତପ ବ୍ରତ ଉପାସନା ଓ ଭଲପାଇବା 

ହେଲେ ମୁଁ ତ ଜାଣିଛି ଦିନେ ତୁମକୁ ଭଲପାଇ

ପାଇଛି କେବେଳ ଧୋକା ଯନ୍ତ୍ରଣା ଏମିତି ଅନେକ 

ପୁଣି ସେହି ଭୁଲ କରି ତୁମ ପ୍ରେମରେ ପଡ଼ିଛି

ଯାହାବି ହେଉ ତୁମେ କେବେଳ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍