STORYMIRROR

Krushna Chandra Dakua

Others

4  

Krushna Chandra Dakua

Others

ମୁକ୍ତିର ଦର୍ପଣ

ମୁକ୍ତିର ଦର୍ପଣ

1 min
380

ମୋ ଅସ୍ତିତ୍ବର ସମସ୍ଥ ବେଳରେ 

ମୁଁ ସେଇ ସ୍ଥାନରେ,

ଦୁଃଖକୁ ସ୍ବପ୍ନ କହି ପଥଭ୍ରଷ୍ଟ ହେବା 

ମୋ ଜୀବନର ଅମରତ୍ୱ 

ଯାହା ମୁଁ ଜାଣେ


ସାଦରେ ଗ୍ରହଣ କରିଛି ଶପଥ

ଜୀବନ ମାନେ ଯନ୍ତ୍ରଣା 

ଜୀବନ ମାନେ ଜିଇଁବା'ର କଳା 

ଜୀବନ ମାନେ ଉଠାଣି ଗଡା଼ଣି'ର ସମିଶ୍ରଣ ପୁଣି 

ଜୀବନ ମାନେ ବଞ୍ଚିବାର ଅମରତ୍ୱ


ଧୀରେ ଧୀରେ 

ଭୂମିରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବା 

ବୋଧ ହୁଏ 

ମୋ ଜୀବନ'ର ବିବିଧ ସଂଖ୍ୟା ମାନଙ୍କ ସେଟ

ଗୋଟାଏ ସୁନ୍ଦର ଅନୁଶୀଳନି

କହିପାର ହୃଦୟରାଗ ଅବା 

ଜୀବନ ନଈର ଶୁଖିଲା ନୌକା 


ମୁକ୍ତିର ଅକ୍ଷୟ ମୁଦ୍ରାରେ

ଜୀବନ ପାଇଁ ଏକ ବଳିଷ୍ଠ ମୁହୂର୍ତ୍ତ ପାଇବା 

ଜୀବନ ପାଇଁ ଜୀବନବ୍ୟାପି ସଂଜୀବନି

ଏ କଥା କିଏ ନ'ଜାଣେ

ଯାହା ତ ତପସ୍ୟାର ଦେବାଶିଷ 


ନିଶବ୍ଦତାର ଅନ୍ଧାର ଭିତରେ 

ହଜିଯାଉ ସମସ୍ତ ଦୁଃସ୍ୱପ୍ନ 

ବାତ୍ୟା ପୂର୍ବର ଝଡ଼ ହୋଇ 

ବହିଯାଉ ଅସଂଖ୍ୟ ବେଦନା 

ବିଶ୍ୱାସର ଚକଡା ମାଟିରେ 

ତିଆରି ହେଉ ମାଟିର ମଣିଷ 

ସୃଷ୍ଟି ହେଉ ନୁଆଁ ସମ୍ପର୍କ ......!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍