STORYMIRROR

Krushna Chandra Dakua

Romance

4  

Krushna Chandra Dakua

Romance

ଅଭାବୀ ସଂସାର

ଅଭାବୀ ସଂସାର

1 min
223

ଟିକେ ଚୁପ୍ ରୁହ ତ

ଏଥର ପାଦ ବଦଳିବ ନୂଆ ପଥରେ 

ପୂଜା କରିଲେ ପାଷାଣ ବି ଜୀବନ ପାଏ 

ଏକଥା ସମୟ କହୁଥିଲା ଏବଂ କହୁଥିବ 


ଏଠି ତ ସୂର୍ଯ୍ୟ ଆସନ୍ତି 

ସ୍ପଷ୍ଟ ଦିବାଲୋକରେ 

ମୁକ୍ତିର ମହାର୍ଘ୍ୟ ସୁଖ ନେଇ 

ଆଉ ଜହ୍ନ ଆସନ୍ତି 

ଅନ୍ଧାରୀ ବେଳରେ ଲୁଚିଚୁଲି

ଘନଛାୟାର ପ୍ରେମତ୍ୱରେ ବନ୍ଧା ହୋଇ 


ମିଠା ଅନୁଭବରୁ ଅନୁଭୂତି ପର୍ଯ୍ୟନ୍ତ 

ଅନେକଥର ମନସ୍ତ କରିଲେଣି 

ସମୟର ନିର୍ଜନତା ସହିତ 

ଆଜୀବନ କରନ୍ତି ପ୍ରେମ 

ମଣିଷରୁ ପାଷାଣ ହୁଅନ୍ତି 

ପୁଣି ପାଷାଣରୁ ମଣିଷ ହୁଅନ୍ତି 


ବାନ୍ଧି ହୁଅନ୍ତି ଗୀତିକାରଙ୍କ ଶୁଖିଲା କଣ୍ଠରେ 

ବେଦନାର ଅକୁହା କଥା ପ୍ରହାର କରନ୍ତି 

ସ୍ୱରଚିତ କବିତା ଧାରରେ 

ଭାବନା ସହ ବାସ୍ତବତାରେ 

ବଢିଚାଲିଛି ଗୁପ୍ତ ପ୍ରେମ 

ବଞ୍ଚିବାକୁ ହେବ ସ୍ୱଳ୍ପାଲୋକିତ କିରଣରେ

ପ୍ରଚେଷ୍ଠାର ଶେଷତମ ଶୃଙ୍ଗାରରେ 


ବିନ୍ଦିଏ ଆଲୋକରେ ହିଁ ଗଢିବାକୁ ହେବ

ଅନ୍ଧକାରଚ୍ଛନ୍ନ ମେଘ ରାତି

ବିଜୁଳି ଆଲୁଅ ଛାଇରେ ତ୍ରାହିତ୍ରାହି କହି

ବିତାଇବାକୁ ହେବ ଶେଷ ରାତି 


କିଏ ଜାଣେ ନିଷାଦର ନିର୍ଜନତାରେ ଜନ୍ମ ହେବା

କାହାର ନା କାହାର କପାଳ ଲିଖନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance