STORYMIRROR

Krushna Chandra Dakua

Others

4  

Krushna Chandra Dakua

Others

କବିତା

କବିତା

1 min
273

କବିତା କାହାର ମାନବିକତାର

ଛାଡେ ଭୁରୁ ଭୁରୁ ଗନ୍ଧ

କବିତା କାହାର ହୃଦୟ ବେଦନା

ଅନ୍ତରର କୋହ ଶ୍ୱର

କବିତା କାହାର ହୃଦୟର ଭାଷା

ଅକ୍ଷରେ ତା ପ୍ରେମ ଲିପି

ତାକୁ ହିଁ ପଚାର ପ୍ରେମ ପାଇଁ ସିଏ

ଜିଂଚି ମରିଛି କେତେ ଦିନ ରାତି ।


କବିର କଲମେ କବି କବିତାକୁ ଆଙ୍କେ

ଦେଇ ନାନା ରଙ୍ଗ ମାଖି

କବିର କଲମେ କବିତାର ରୂପ ଛିଟିକି ପଡଇ

ବର୍ଣ୍ଣନା କରେ ସେ ରୂପ ଯୌବନ

ଜୀବନ'ତା ଚାଲୀ ଚଳଣି ଦେଖି ।


କବିର ଭାବନା କବିତାରେ ସୃଷ୍ଟି

କବିତାରେ ପ୍ରେମ ରୂପ

କବିତା ଲେଖିଲେ ମିଳଇ ଆନନ୍ଦ

ତାଳୁରୁ ତଳିପା ହୁଏ ମୋ ସଶକ୍ତ

ହାରିବିନି ଜମା ଜୀବନ ଜାତକେ

ଯୋଗାଏ ସେ ଶକ୍ତି ଔଷ ମହୋସ୍ୱଦ୍ଧି

ଲେଖୁଛି ଲେଖିବି ଜୀବନ ସାରା ।


ଏ ଲେଖାରେ ପୁଣି ନୂଆଁ ପରିଚୟ ମିଳେ

କେହି କେହି ଡାକନ୍ତି ନୂଆଁ ନାମ ଦେଇ

ଆରେ ବାବୁ ବାଇଧନ କୃଷ୍ଣଚୁଡ଼ା

କେତେ ତୁ ଆଙ୍କିବୁ କବିତା ହୃଦୟ

ନୁହେଁ ସେ'ତ ରାଇ କୃଷ୍ଣ ପ୍ରେମେ ପଡିଯିବ ।


ଦିନେ କବିତା ବଳରେ କରିବି ମୁଁ ଯୁଦ୍ଧ

ମୋ ମନେ ରଖିଛି ଶତ ସାହସ

ପ୍ରତିକ୍ଷଣେ ତୋତେ କରୁଥିବି କ୍ଷତାକ୍ତ

ଜୀବନ ଜିଇଁକି ବି ମରୁଥିବ

ସେତେବେଳେ କରୁଥିବୁ ତୁ ଆର୍ତ୍ତଚିତ୍କର

ହଁ ସେତେବେଳେ କରୁଥିବୁ ତୁ ଆର୍ତ୍ତଚିତ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍