STORYMIRROR

Krushna Chandra Dakua

Others

4  

Krushna Chandra Dakua

Others

ପ୍ରତୀକ୍ଷାର କାବ୍ୟ ସ୍ୱର

ପ୍ରତୀକ୍ଷାର କାବ୍ୟ ସ୍ୱର

1 min
404

ଏଇ କ୍ଷଣି ଫେରାଇଦେଉଛି 

ତୁମେ ଦେଇଥିବା ସମସ୍ତ ଆୟୁଷ ଏବଂ 

ପାଦ ତଳୁ ମାଟି

ମିଛ ମିଛରେ ସ୍ୱପ୍ନ 

ମିଛରେ ଆତ୍ମୀୟତା

ମିଛରେ ପୁଣି ଶୂନ୍ୟପଣ 

ଯାହା କହୁଛ କୁହ 

ମୁଁ କହିବି କେବେଳ 

ନିଃସ୍ୱାର୍ଥପର ଭାବର କାନ୍ ଭାସ୍ 


ମୋତେ ସଂକ୍ରମଣ ହୋଇଛି ଏବେ 

ଉଡାଣ ଖୋର ମନ 

ଲଙ୍ଘିବାକୁ ହେବ ଅଭେଦ୍ୟ କକ୍ଷ 

ଯେଉଁଠି ମିଳିଥିଲା ନିନ୍ଦା ଅପମାନ 

ଗୋଟିଗୋଟିକରି ଅଙ୍କ କଷିବାକୁ ହେବ 

ସମୟର ଅସମାନତା ଯୁଦ୍ଧରେ 


ମିଛର କିଛି ମୂଲ୍ୟ ନାହିଁ ବୋଲି ଯିଏ କହୁଛି 

ସେ ତ ଗୋଟେ ବଡ଼ ମିଛ 

ମିଛକୁ ମିଛ ପୁଣି ସତକୁ ସତ 

ଏ ତ ସମୟର ଆଭାସଚିତ୍ର 

ସୃଷ୍ଟି ହେବ ନୁଆଁ ଅଙ୍କର ନୁଆଁ ସରଳାର୍ଥ 

ହିସାବନିକାଶ ହେବ ସୁଧ ମୂଳର 

ଉଡ଼ିବାକୁ ହେବ କେଉଁ ଗ୍ରହ ଗ୍ରହାନ୍ତର 

ଆକର୍ଷଣ ସାଜିବାକୁ ହେବ କେଉଁ ରକ୍ତାକ୍ତ ଫୁଲର


ଯାହାକୁହ ବସନ୍ତ ଆସିଛି ଏସନ 

ଯୁଦ୍ଧର ଡାକରା ନେଇ 

ସୀମାନ୍ତ ଅଞ୍ଚଳରେ ଗୁଳି ବାରୁଦର ବାସ୍ନା ନେଇ 

ତେଣୁ ସାମ୍ନାସାମ୍ନୀ ହେବ 

ଅତୀତର ଅସଂଖ୍ୟ କ୍ଷତାକ୍ତ ଏବଂ ବର୍ତ୍ତମାନର ସମୟ 

ପରନ୍ତୁ ବିଶ୍ୱାସ ରଖ ନିଶ୍ଚେ ବେଦଖଲ ହେବ 

ତୁମ ଶୂନ୍ୟର ଭବ୍ୟଲୋକ 

ଏଥର କହିପାର ବିଚାରଗତ ଦୃଷ୍ଟିକୋଣ ହିଁ ଦର୍ଶନ ll


Rate this content
Log in