STORYMIRROR

Krushna Chandra Dakua

Others

3  

Krushna Chandra Dakua

Others

ଅଭାବି ସଂସାର

ଅଭାବି ସଂସାର

1 min
204


କିଏ କହିଲା କେଜାଣି

ଏବେ ଚାଲିଛି ଗୋଟେ ଅଭାବି ସଂସାର'ର ଋତୁ

ନିଅଣ୍ଟିଆ ଶବ୍ଦଙ୍କ

ଯୁକ୍ତାକ୍ଷରରେ ତାଲା ବନ୍ଦ !

ଭୟ ଅଛି

ନିହାତି ହେବ

ଅନେକ ଭୟଙ୍କର ସଂକ୍ରମଣ

ସଂକ୍ରମଣ ମଧ୍ୟରେ 

ଆଗାମୀ ସମ୍ଭାବନା'ର ବ୍ୟଥା l

ସମ୍ଭାବନା ମାନଙ୍କୁ ଉତ୍ସର୍ଗୀକୃତ କରିଦେଇ

କେଉଁଠି ନା କେଉଁଠି

ଅଟକିଯାଇଛି ମୋ ଅସ୍ତିତ୍ୱ ଏବଂ ଜଡତ୍ୱ

ସଂକଳ୍ପର ସମସ୍ତ ଇଚ୍ଛା ଅନିଚ୍ଛାକୁ-

ସୂକ୍ଷ୍ମ ଆବେଗରେ ଖଣ୍ଡ ଖଣ୍ଡ ଏବଂ ଗୁପ୍ତ ପ୍ରେମ l

ଯାହାହେଉ

ଏଥର ଫେରିଆସୁ ସମସ୍ତ ଉନ୍ମାଦ

ଉଜୁଡା଼ ଖେତରେ ପୂର୍ଣ୍ଣତାର ଶୋଭା ପାଉ

ମିଠା ମହକ

ସ୍ନେହର ଅନ୍ତରତମ ପାଠଶାଳାରେ

ନିଶ୍ୱାସ ହେଉ ସ୍ନେହ,ପ୍ରେମ,ଶ୍ରଦ୍ଧା ଓ ଭଲପାଇବା

ପ୍ରଶ୍ୱାସ ହେଉ ଭକ୍ତି,ଶ୍ରଦ୍ଧା ଓ ସମ୍ମାନ

ଧମନୀର ପ୍ରତିଟି ସ୍ପନ୍ଦନରେ ସ୍ୱତଃ ଉଚ୍ଚାରିତ ହେଉ-

ଦୁହେଁ ଦୁହିଁଙ୍କ ପ୍ରାଣ l

ମୋର କିନ୍ତୁ ଅଜସ୍ର ବିଶ୍ୱାସ 

ମିଳିବ ସ୍ନେହ ଓ ପ୍ରେମ

କାରଣ ଜଡତାରେ ମଧ୍ୟ ଭରିରହିଛି

ରକ୍ତ,ସ୍ବଦ,ଅଶ୍ରୁ ଏବଂ ଆବେଗ

ହଁ ଏସବୁ ଅଛି ବୋଲି ତ

ମୁକ୍ତିର ନିଅଣ୍ଟିଆ ଆଶାରେ

ମେଣ୍ଟି ଯାଇଛି ଭୋକର ଭୂଗୋଳ l



Rate this content
Log in