STORYMIRROR

Krushna Chandra Dakua

Inspirational

3  

Krushna Chandra Dakua

Inspirational

ଚାଲ ଆମେ ଏକାଠି ହେବା

ଚାଲ ଆମେ ଏକାଠି ହେବା

1 min
156

ଶୁଣ ଶୁଣ କୁନା ମୁନା ରିନା

ଚାଲ ଆମେ ସଭିଏଁ ଏକାଠି ହେବା

କରୋନା ବିରୋଧେ ସ୍ୱର ଟେକିବା

ପଲ୍ଲୀରୁ ଦିଲ୍ଲୀ

ଆଜି ସବୁଠି ପଡ଼ିଛି ଗୋଟିଏ ହୁରୀ

କରୋନା ମହାମାରୀ ବିଶ୍ୱକୁ ଭୁଷିଛି ଛୁରୀ

ପିଲାରୁ ବୁଢା ଏ ସଭିଏଁ

ଆଜି ହୋଇଲେଣି ଅସହାୟ

ଦିନକୁ ଦିନ ବଢୁଅଛି ତା ପ୍ରଚଣ୍ଡ ଉଗ୍ର ରୂପ

ହେଲେ ଆମ ପାଖେ ଶକ୍ତି ଅଛି

ବିନା ଅସ୍ତ୍ରେ କରିବା ତାକୁ ବିଲୟ

ହଁ ବିନା ଅସ୍ତ୍ରେ କରିବା ତାକୁ ବିଲୟ

ପ୍ରଶାସନ ସରକାର ଡାକ୍ତର ସଭିଏଁ

ହାତ ଯୋଡି କରୁଛନ୍ତି ନିବେଦନ

ଘରେରହି ମୁକାବିଲା କର

ଅଦୃଶ୍ୟ ଶକ୍ତି ସାଥିରେ

ହେଉ ତା ଶବ ସତ୍କାର

ହଁ ହେଉ ତା ଶବ ସତ୍କାର

ଉତ୍କଳଗୌରବ ମଧୁସୂଦନ ଦାସ

କହିଥିଲେ ଦିନେ

"ସ୍ୱାର୍ଥର ବନିତା ଅଟେ ତୋଷାମୋଦ

ଭୟ, ମିଥ୍ୟା ତାଙ୍କ ପୁତ୍ର,

ରାଜ୍ୟର ବିପ୍ଳବ ନିଶ୍ଚୟ ଘଟିବ

ଏମାନେ ହୋଇଲେ ଏକତ୍ର"

"ଏମାନେ" ଅର୍ଥଟା

ଏଠାରେ କେହି ନୁହେଁ ଭାଇ

ସଭିଏଁ ତ ଆମ୍ଭେ ମାନେ

ସଚେତନ ହେଉ ମଣିଷ ସମାଜ

ବଳି ପଡୁ ଆଜି

ରକ୍ତ ପିପାସୁ ମହାମାରୀର

ହଁ ବଳି ପଡୁ ଆଜି

ରକ୍ତ ପିପାସୁୁ ମହାମାରୀର ......!!

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational