STORYMIRROR

Kalandi pal

Inspirational

3  

Kalandi pal

Inspirational

ଜୟ ମାତା ମହାଗୌରୀ

ଜୟ ମାତା ମହାଗୌରୀ

1 min
236

    


ଦକ୍ଷ ରାଜ ସୂତା     ସତୀ ପତିବ୍ରତା

       ଶିବଙ୍କ ହୃଦୟ ରାଣୀ

ବରି ପାଶୁପାତେ ଗୌରୀ ନାମେ ମାତେ

      ତ୍ରିଭୁବନେ ଖ୍ୟାତ ପୁଣି ।।


ଆଶ୍ୱିନ ଅଷ୍ଟମୀ     ଶୁକ୍ଲ ପକ୍ଷ ଘେନି

     ମହା ଗୌରୀ ରୂପ ଧରି

ଆସ ଧରା ପୃଷ୍ଠେ    ମାତା ଚର୍ତୁହସ୍ତେ

      ଅଷ୍ଟ ଅବତାର ବରି ।।


ବୃଷଭ ବାହନ      ଅବା ଗଜାନନ

    ପୃଷ୍ଠେ ମାତା ଅବତରି

ଶୋହେ ତବ କର     ଡମ୍ବରୁ ତ୍ରିଶୂଳ

     ଅନୁପମା ରୂପ ଶିରୀ ।।


ଭୁବନ ମୋହିନୀ     ମହିଷା ମର୍ଦ୍ଦିନୀ

       ଧର୍ମକୁ କର ସ୍ଥାପନା

ସର୍ବ ଶକ୍ତି ଧାରି    ମାତା ମହା ଗୌରୀ

       ନାହିଁ କେ ତୁମ ତୁଳନା ।।


ନାନା ଜାତି ଫୁଲ     ତୁମ ଅଳଙ୍କାର

    ନୈବେଦ୍ୟେ ଶ୍ରୀ ଫଳ ମାନ

ମହାଷ୍ଟମୀ ଦିନ    ତୋ ରୂପ ଦର୍ଶନ

    ମିଳେ କୋଟି ଜନ୍ମ ପୁଣ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational