STORYMIRROR

Kalandi pal

Thriller

4  

Kalandi pal

Thriller

ନମୋ ନମୋ ବାବା ଭୋଳା ଶଙ୍କର

ନମୋ ନମୋ ବାବା ଭୋଳା ଶଙ୍କର

1 min
295


     ମସ୍ତକେ ମଞ୍ଜୁଳ  କେଶ ଭୂଧର

     ଭାଲେ ଅର୍ଦ୍ଧଚନ୍ଦ୍ର ଢାଳେ ଶୀତଳ

     ପୂଣ୍ୟତୋୟା ଗଙ୍ଗା ପୁଣ୍ୟର ଧାର

     ଝର ଝର ଝରେ   ନିର୍ଝର ଝର

     ନମୋ ନମୋ ବାବା ଭୋଳା ଶଙ୍କର ।।


     କପାଳେ ତ୍ରିନେତ୍ର   ତ୍ରିଶକ୍ତି ଧାର

     କର୍ଣ୍ଣରେ କୁଣ୍ଡଳ   ଶୋଭା ସୁନ୍ଦର

     ଗଳାରେ ରୁଦ୍ରାକ୍ଷ   ସର୍ପର ହାର

     ନିତ୍ୟ ଶୋଭା ନୀଳକଣ୍ଠେ ଓଁକାର

     ନମୋ ନମୋ ବାବା ଭୋଳା ଶଙ୍କର ।।


     ଡମ୍ବରୁ ଧର ହେ   ତ୍ରିଶୂଳ ଧର

     ସର୍ବାଙ୍ଗେ ଲେପନ ବିଭୂତି ଯାର

     ଯୋଗୀଙ୍କର ବାବା ହେ ଯୋଗେଶ୍ୱର

     ସତ୍ୟ ସଦା ତୁମେ  ଶିବ ସୁନ୍ଦର

     ନମୋ ନମୋ ବାବା ଭୋଳା ଶଙ୍କର ।।


     ସୋମନାଥ ନାମ  ପଶ୍ଚିମେଶ୍ୱର

     ହରିରାଜ ପୁରେ ଯା ବିଜେ ସ୍ଥଳ

     ଅପୂର୍ବ ରହସ୍ୟ    ସରସ ଜଳ

     ସ୍ନାନେ ମାନସିକ   ପୂରଣ କର

     ନମୋ ନମୋ ବାବା ଭୋଳା ଶଙ୍କର ।।


     ଶହେ ଆଠ ଦୋଳ ଯାତ୍ରା ସମ୍ଭାର

     ଥାନାପତି ବାବା    ପଶ୍ଚିମେଶ୍ୱର 

     ଶ୍ରଦ୍ଧାରେ ଭକତ  ବୋଳେ ଅବିର

     ଭକ୍ତ ଭଗବାନ     ମିଳନ ସ୍ଥଳ

     ନମୋ ନମୋ ବାବା ଭୋଳା ଶଙ୍କର ।।


     କେତେ ରଙ୍ଗେ ବାଣ ନଉଡ଼ି ଖେଳ

     ବୁଢ଼ା ବୁଢ଼ୀ ଘୋଡ଼ା  ନାଚ ସମ୍ଭାର

     ଘଣ୍ଟୁଆ ନାଚଇ    ପକାଇ ତାଳ

     ଝୁଲି ଝୁଲି ଆସେ  ବାବାଙ୍କ ଦୋଳ

     ନମୋ ନମୋ ବାବା ଭୋଳା ଶଙ୍କର ।।


     ଲୀଳା ଖେଳା ଭୂମି   ଅଶି ଏକର 

     ହସି ଉଠେ ସତେ    ସରଗ ପୁର

     ବାର ମାସେ କେତେ ଯାତ୍ରା ତାହାର

     ପଞ୍ଚୁଦୋଳ ତାହା   ମଧ୍ୟରେ ସାର

     ନମୋ ନମୋ ବାବା ଭୋଳା ଶଙ୍କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller