STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ମନ ମାନିଗଲେ ଆଖି ଅବୁଝା

ମନ ମାନିଗଲେ ଆଖି ଅବୁଝା

1 min
261


ମନତଳେ ଝରକା ଖୋଲି 

କିଏ ଆସୁଛି ବୋଲି 

ପ୍ରଜାପତି ଆସୁଛି ଖାଲି 

ସେଇ ପିଲାଦିନରୁ ଆଜିଯାଏଁ 

ହେଉନି ତାକୁ ଭୁଲି 

ତାର ସେ ଚିତ୍ରିତ ଡେଣା ପରି 

ଋତୁ ନଈ ପାହାଡ଼ ପର୍ବତ ବାଲିଘର 

ଫୁଲ ପକ୍ଷୀ ସାପ ବେଙ୍ଗ ଜଉଘର 

ଗୁଡ଼ି ଛତା ଆକାଶ ଓ ତାରା 

ଖରା ପରି ତୋରା 

ଶୀତ ପରି ନଦିଏ ଧରା

ଆଉ ବର୍ଷା ତ ଜାଣି ଅପାଶୋରା 

ଏତେ ସବୁ ବିଭାବରୀ ଧରି 

ପ୍ରଜାପତି ଉଡ଼ୁଥାଏ ଛାତି ତଳେ 

ଛପି ଛପି ସ୍ମରି ଚକାଡୋଳେ 

ଆଖି ପଖାଳିଲେ ପ୍ରଜାପତି 

ଆଖି ମୁଦିଲେ ସେ ଆସେ ନିତି 

ତା ପରି ଏମିତି କିଏ ହେବ କେମିତି 

ଉଡ଼ିପାରୁଥିବା ସାଧବବୋହୁ ପରି ଚପଳମତି 

ନହେଉ ତା ରୂପର ଇତି 

ନଦେଉ ପଛେ ପ୍ରତିଶ୍ରୁତି 

ତୁ ଥା ମୁଁ ଯାଉଛି ନକହୁ ଯେମିତି 

ବରଂ ତା ଦୁଇ ଆଖିରେ ମନତଳ ଭାବନା ଜୀବନ୍ତ ନିତି

ଆଜି କାଲି ଆସନ୍ତାକାଲିର ଅସରନ୍ତି ଗୀତି 

ସେଇ ପ୍ରଜାପତି 

ତା ଡେଣାରେ ଏବେ ଜଗନ୍ନାଥେ ବସନ୍ତି 

ହୁଏତ ଦାସିଆ ହାତରୁ ନଡ଼ିଆ ନେବା ଭକ୍ତି 

ସାଲବେଗଙ୍କ ପାଇଁ ରଥ ଅଟକିବା ଘଟଣା କିମ୍ବଦନ୍ତୀ 

ପ୍ରଜାପତି ଆଣିଛି ପୁନରାବୃତ୍ତି 

ନହେଉ ଇତି ତା ସଂସ୍କୃତି 

ରୁଚି ଋତୁ ଋଣ ରଣ ସବୁରେ ପ୍ରଜାପତିର ସମ୍ପୃକ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract