ନୀଳ ଆକାଶର ନୀଳ ଜହ୍ନ
ତାରା ମାନେ ନେଇ ନୀଳ ମନ
ମେଘ ସବୁ ରଖିଗଲେ ନୀଳ ଚିହ୍ନ
ଫୁଲ ନୀଳ ଏଠି ଫଳ ନୀଳ
ଖାଲି ଗଛ ଭିର୍ନ୍ନ
ଆକାଶ ଆଖିରେ ନୀଳ ପର୍ଣ୍ଣ
ଆକାଶ ଛାତିରେ ମେଘ
ଆଖିର ନୀଳବର୍ଣ୍ଣ
ମେଘଫୁଲ ଝରେ
ସାଗର ଭିତରେ ନୀଳ ଜହ୍ନ
ବର୍ଷା ସାଥିରେ ମେଘ ଫୁଲ
ଝରେ ଚୁନା ଚୁନା ନୀଳ ଚୂର୍ଣ୍ଣ
ବେଙ୍ଗ ବେଙ୍ଗୁଲି ଫୁଲି କହେ
ବୁଲି ବୁଲି ଆମେ ଅଭିର୍ନ୍ନ
ମନ ଉପବନେ ଆକାଶ ଛାତିରେ
ଜଳେ ପୂର୍ଣ୍ଣମୀ ପୂର୍ଣ୍ଣ ଜହ୍ନ
ସେଇ ଜହ୍ନ ଏବେ ଅଜଣା ଲାଗୁଛି
ବର୍ଷା ଆଣିଛି ଯେଣୁ ନୀଳ ଯୌବନ
ମେଘ ତାରା ସବୁ ଆକାଶ ଛାତିରେ
ଗଢି ବାନାନୀ ବଣ ଓ ବନ
କାନ୍ଦନ୍ତି ଗୁମୁରି ଫୁଲ ଅସୁମାରି
ନୀଳ ମେଘୁଆ ବର୍ଣ୍ଣ
ସମାହାରେ ସୁନ୍ଦର ସୁନ୍ଦରୀ ଉପବନ
ଆକାଶ ନୀଳ ନୀଳିମାରେ ପୂର୍ଣ୍ଣ